ଭୁବନେଶ୍ୱର (ଏଟିଆର ବ୍ୟୁରୋ); ସବୁଠି ବହୁଛି ନିର୍ବାଚନୀ ହାୱା । ଦିଲ୍ଲୀରୁ ପଲ୍ଲୀ ସବୁଠି ଉଷ୍ମ ହେଉଛି ନିର୍ବାଚନୀ ପାଣିପାଗ । ତେବେ ଚଳିତ ନିର୍ବାଚନରେ ସବୁ ଦଳ ଚାଲକ ଯାଇଛନ୍ତି ବୋଲି ଆରମ୍ଭ ହୋଇଛି ଚର୍ଚ୍ଚା । ପୂର୍ବରୁ ନିର୍ବାନ ତାରିଖ ଘୋଷଣା ହେବା ପୂର୍ବରୁ ମଧ୍ୟ କିଏ କେଉଁ ଆସନରୁ ନିର୍ବାଚନ ଲଢ଼ିବେ ଆଗୁଆ ଜଣାପଡିଯାଉଥିଲା । କିନ୍ତୁ ଚଳିତ ନିର୍ବାଚନରେ ପ୍ରଥମ ଯର୍ପ୍ୟାୟ ପ୍ରାର୍ଥୀ ନାମାଙ୍କନ ଆରମ୍ଭ ହୋଇଥିଲେ ସୁଦ୍ଧା କୌଣସି ଦଳ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିବାର ନାଁଗନ୍ଧ ଧରୁ ନାହାଁନ୍ତି । ତେବେ ଏଭଳି ଘୋଷଣା ନକରିବା ପଛରେ ସବୁ ରାଜନୈତିକ ଦଳ ମାନଙ୍କର ସ୍ୱାର୍ଥ ରହିଛି । ଯାହାକି ଦଳକୁ ମଜବୁତ କରିବ ।
ନିର୍ବାଚନ ବିଗୁଲ ବାଜିବା ପରେ ମଧ୍ୟ ପ୍ରାର୍ଥୀ ତାଲିକା ଘୋଷଣା ନକରିବାର ମୁଖ୍ୟ କାରଣ ହେଉଛି ଆଗୁଆ ପ୍ରାର୍ଥୀ ଘୋଷଣା କଲେ କାଳେ ବିରୋଧୀମାନେ ଏହାର ଫାଇଦା ଉଠାଇବେ । କାରଣ ଟିକେ ଲୁଜର ପ୍ରାର୍ଥୀ ଆଗୁଆ ଘୋଷଣା କଲେ ବିରୋଧୀ ସେଠାରେ ଷ୍ଟ୍ରଙ୍ଗ ନେତା ଦେଇ ବାଜି ମାରି ଦେବ । ଅପରପକ୍ଷରେ ସବୁ ଦଳରେ ଏବେ ମିଶ୍ରଣ ପର୍ବ ଚାଲିଛି । ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ଏଣୁ କିଏ କେତେବେଳ କେଉଁ ଦଳକୁ ଯାଉଛି ତାହା ଜଣାପଡୁନାହିଁ । ଯାହାକି ସବୁ ଦଳର ଚିନ୍ତାର କାରଣ ।
ସବୁଦଳରେ ଅଭିଜ୍ଞଙ୍କ ଅପେକ୍ଷା ଯୁବ ନେତା ଏବଂ ମହିଳାଙ୍କୁ ଗୁରୁତ୍ୱ ଦେଉଛନ୍ତି । ତେବେ ଆଗୁଆ ଯଦି ଯୁବ ନେତାଙ୍କୁ କେଉଁ ଦଳ ଟିକେଟ ଦେଇଦେବ ତେବେ ବିରୋଧୀମାନେ ଅଭିଜ୍ଞ ନେତାଙ୍କୁ ଗୋଟାଇ ଦଳର ଶକ୍ତି ବଢ଼ାଇ ଦେବେ । ଏଣୁ ଏହି ଭୟରେ ସବୁ ଦଳ ପ୍ରାର୍ଥୀ ଘୋଷଣା କରିବା ପାଇଁ ପଛଘୁଞ୍ଚା ଦେଉଛନ୍ତି । ଯାହାକୁ ନେଇ ସବୁଠି ଚର୍ଚ୍ଚା ହେଉଛି କି ଚାଲାକ ଦଳ ।