ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଚଳିତ ନିର୍ବାଚନରେ ଦୁଇଟି ଆସନରେ ନିର୍ବାଚନ ଲଢ଼ିଥିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ତେବେ ସେ ଲଢ଼ିଥିବା ଦୁଇଟିଯାକ ଆସନରେ ପଛରେ ରହିଥିବା ଖବର ଶୁଣିବାକୁ ମିଳୁଛି । କେନ୍ଦୁଝର ଜିଲ୍ଲା ଘଷିପୁରାରେ ସେ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ସହ ନିର୍ବାଚନ ପ୍ରତିଦ୍ୱନ୍ଦିତା କରିଥିବା ବେଳେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଆସନରେ ବିଜେଡିର ବରିଷ୍ଟ ନେତା ପ୍ରଫୁଲ୍ଲ ସାମଲଙ୍କ ସହ ଲଢ଼ିଛନ୍ତି । ତେବେ ଦୁଇଟିଯାକ ଆସନରେ ପଛରେ ଚାଲିଛନ୍ତି ନିରଞ୍ଜନ ।
ବିଜେଡି ସୁପ୍ରିକୋଙ୍କ ଭଳି ନିରଞ୍ଜନ ମଧ୍ୟ ଦୁଇଟି ଆସନରେ ପ୍ରାର୍ଥୀ ହୋଇଥିଲେ । ତେବେ ସେ ଘଷିପୁରା ଆସନରେ ଚ୍ୟାଲେଞ୍ଜକୁ ଗ୍ରହଣ କରି ନିର୍ବାଚନକୁ ଓହ୍ଳାଇଥିଲେ । କିନ୍ତୁ ସେ ଏବେ ପଛରେ ପଡିଯାଇଛନ୍ତି । ଏକଜିଟ ପୋଲ ରିପୋର୍ଟରେ ନିରଞ୍ଜନ ହାରିପାରନ୍ତି ବୋଲି ପ୍ରକାଶ ପାଇଥିଲା । କିନ୍ତୁ ଗଣମାଧ୍ୟମକୁ ଦୃଢୋକ୍ତି ଦେଖାଇ ସେ କହିଥିଲେ କି ଦୁଇଟିଯାକ ଆସନରେ ସେ ନିଶ୍ଚୟ ବିଜୟ ହେବେ ।
ରାଜ୍ୟର ଧନୀ ପ୍ରାର୍ଥୀଙ୍କ ମଧ୍ୟରେ ନିରଞ୍ଜନ ଅନ୍ୟତମ । ତେବେ ସେ ଗୋଟିଏ ଦଳର ମୁଖ୍ୟ ହୋଇଥିବା ବେଳେ ପଛୁଆ ରହିଥିବା ଖବରକୁ ହଜମ କରି ପାରୁନାହାଁନ୍ତି କେତେକ ଲୋକ । ରାଜ୍ୟରେ ନିରଞ୍ଜନ ପିସିସି ସଭାପତି ପଦରେ ରହିବା ପରେ ଅନୁମାନ କରାଯାଇଥିଲା କି ଦଳରେ ପରିବର୍ତ୍ତନ ହେବ । ଏବଂ ଚଳିତ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ । କିନ୍ତୁ ଏହା ଶେଷ ସମୟରେ ଦଳର ବହୁ ବରିଷ୍ଟ ନେତା ଦଳ ଛାଡି ଅନ୍ୟ ଦଳରେ ଯୋଗ ଦେଇଥିଲେ ।