ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆଜିବି ଗୃହ ଆରମ୍ଭରୁ ବନ୍ଦ ରହିଛି । ବେକାରୀ ଏବଂ ଚାଷୀଙ୍କ ପ୍ରସଙ୍ଗକୁ ନେଇ ବିରୋଧୀ ହୋହାଲ୍ଲା କରିବା ପରେ ବାଚଷ୍ପତି ଗୃହକୁ ୩ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି । ସେପଟେ ଗୃହ ମୁଲତବୀ ହେବା ପରେ ଶାସକ ଦଳର ବିଧାୟକମାନେ ରାଜ ଭବନ ଅଭିମୁଖେ ବାହାରିଛନ୍ତି । ରାଜ୍ୟପାଳଙ୍କୁ ଭେଟି ସମସ୍ତ ଦାବିପତ୍ର ପ୍ରଦାନ କରିବେ ।
ରାଜ୍ୟ ସରକାରଙ୍କ ପ୍ରତି କେନ୍ଦ୍ରୀୟ ଅବହେଳା ବେକାରୀ ସମସ୍ୟା ଭଳି ବିଭନ୍ନ ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଦାବିପତ୍ର ଜଣାଇବେ । କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ୨କୋଟି ବେକାରୀ ଯୁବକଙ୍କୁ ନିଯୁକ୍ତି । ଆଜି ସେହି ପ୍ରତିଶ୍ରୁତି ପାଳନ କରିବାରେ କେନ୍ଦ୍ର ସରକାର ବିଫଳ ହୋଇଛି । କେନ୍ଦ୍ର ସରକାର ଓଡିଶା ପ୍ରତି ବୈମାତୃକ ମନଭାବ ପୋଷଣ କରୁଛି ବୋଲି ଶିଳ୍ପମନ୍ତ୍ରୀ ପ୍ରଫୁଲ ସାମଲ କହିଥିଲେ । ରାଜ୍ୟପାଳଙ୍କ ବାସଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ସ୍ମାରକୀ ପତ୍ର ପ୍ରଦାନ କରିବା ସହ କୃଷି ଓ ବେକାରୀ ଭଳି ପ୍ରସଙ୍ଗକୁ ମୁଖ୍ୟମୁଦ୍ଦା କରାଯିବ ବୋଲି ବିଜେଡି ବିଧାୟକମାନେ କହିଛନ୍ତି ।
ସେପଟେ ନିର୍ବାଚନ ପାଖେଇ ଆସୁଥିବାରୁ ଉଭୟ ବିରୋଧୀ ଏବଂ ଶାସକ ମଧ୍ୟରେ କାଦୁଅ ଫିଙ୍ଗା ଫିଙ୍ଗି ଚାଲିଛି । ଏହା ସରକାରଙ୍କ ଶେଷ ଅଧିବେଶ ହୋଇଥିବାରୁ ଶାସକ ଦଳର ବିଭିନ୍ନ ଯୋଜନାକୁ ସମାଲୋଚନା କରୁଛନ୍ତି ବିରୋଧୀ । ରାଜ୍ୟ ସରକାର ଅଯଥା ଅର୍ଥ ବ୍ୟୟ କରିବା ସହ ଲୋକ ଦେଖାଣିଆ ଯୋଜନା କରି ଭୋଟ ବ୍ୟାଙ୍କ ହାତେଇବା ପାଇଁ ଚେଷ୍ଠା କରୁଛନ୍ତି ବୋଲି ବିରୋଧୀମାନେ ଅଭିଯୋଗ କରିଛନ୍ତି । ତେବେ ବିରୋଧୀଙ୍କ ଏହି ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି । ବିଜେଡି ସବୁବେଳେ ଓଡିଶା ଲୋକଙ୍କ ପାଇଁ କାମ କରୁଥିଲା ଏବଂ କରୁଥିବ ବୋଲି କହିଛି ।