ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ବହୁ ପ୍ରସଙ୍ଗକୁ ନେଇ ଆସନ୍ତା କାଲିଠାରୁ ବିଧାନସଭାରେ ବସିବ ଶୀତକାଳୀନ ଅଧିବେଶନ । ଏଥିରେ ଶାସକ ଏବଂ ବିରୋଧୀ ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ । ଆଗକୁ ଆସୁଛି ୨୦୧୯ ସାଧାରଣ ନିର୍ବାଚନ । ଏଣୁ ଭୋଟରଙ୍କ ଆଗରେ ନିଜର ସ୍ୱଛ ନିର୍ମଣ ଭାବମୂତ୍ତି ଦେଖେଇବା ପାଇଁ ଉଭୟ ଶାସକ ଏବଂ ବିରୋଧୀ ମୁହାଁମୁହିଁ ହେବେ । ଏଣୁ ଏହି ଅଧିବେଶନଟି ଅଧିକ ସରଗରମ ହେବ ବୋଲି ବରିଷ୍ଟ ରାଜନିଗ୍ୟ ମାନେ ମତ ରଖିଛନ୍ତି । ଏହି ଅଧିବେଶନରେ ୨୩ଟି କାର୍ଯ୍ୟ ଦିବସ ରହିଛି । ଏହି ଅଧିବେଶନ ଡିସେମ୍ଭର ୨୩ ଯାଏଁ ଚାଲିବ । ଶାସକ ବିଜେଡିରୁ ଟାର୍ଗେଟ କରିବା ପାଇଁ ଉଭୟ କଂଗ୍ରେସ ଏବଂ ବିଜେପି ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି ।
ଶାସକ ଦଳର ମନମୁଖୀ ଶାସନ ଏବଂ ଚାଷୀଙ୍କୁ ଶସ୍ୟ ବିମା ନମିଳିବା, ନବନିର୍ମାଣ କୃଷକ ସଂଗଠନର ଦାବୀ ଏବଂ ଆଇନ ଶୃଙ୍ଖଳା ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ଶାସକ ଦଳକୁ ଟାର୍ଗେଟ କରିବେ ବିରୋଧୀ ବିଜେପି ଏବଂ କଂଗ୍ରେସ । ଆଗକୁ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ଶାସକ ଦଳକୁ ଶାସନ ଗାଦିରୁ ହଟାଇ ବହୁ ମତ ହାତେଇବା ପାଇଁ ଅଡୁଆରେ ପକାଇବା ପାଇଁ ଏହି ଅଧିବେଶନ ମୁଖ୍ୟ ଅସ୍ତ୍ର ହେବ ବୋଲି ଆଶା ରଖିଛନ୍ତି ବିରୋଧୀ । ସେପଟେ ବିରୋଧୀ ପ୍ରଶ୍ନର ଉତ୍ତର ଦେଇ କାଉଣ୍ଟର କରିବା ପାଇଁ ଶାସକ ଦଳ ପ୍ରସ୍ତୂତ ଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି । ଶାସକ ଦଳ ରାଜ୍ୟବାସୀଙ୍କ ପାଇଁ କରିଥିବା ବହୁ ଉନ୍ନତି ମୂଳକ କାର୍ଯ୍ୟ ସମ୍ପର୍କରେ ଉକ୍ତି ସ୍ଥାପନ କରିବ ଦଳ । ଶିଳ୍ପ ମହାକୁମ୍ଭ ମେକ ଇନ ଓଡିଶା କନକ୍ଳେଭ ପାଇଁ ଓଡିଶାରେ ହେବାକୁ ଥିବା ଉନ୍ନତି ସଫଳତାକୁ ମୁଖ୍ୟ ଅସ୍ତ୍ର କରି ବିରୋଧୀଙ୍କ ପାଟି ବନ୍ଦ କରିବ ଶାସକ ଦଳ ।
ସବୁବେଳେ ଶାସକ ବିଜେଡିକୁ ବିରୋଧ କରୁଥିବା ବିଜେପିର ମୁହଁ ବନ୍ଦ କରିବା ପାଇଁ ଶାସକ ଦଳ କେନ୍ଦ୍ରରେ ଥିବା ବିଜେପି ସରକାରଙ୍କ ଅବହେଳାକୁ ଉପସ୍ଥାପନ କରିବ ରାଜ୍ୟ ଶାସକ ଦଳ । ଏହି ଗୃହ କମିଟିରେ ଅଭିଜିତ ଆୟାର ମିତ୍ରଙ୍କ ରିପୋର୍ଟ ଉପସ୍ଥାପ କରାଯିବ ।