ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆସନ୍ତା ୧୦ ତାରିଖରୁ ବିଜେପି ଆରମ୍ଭ କରିବ ନୂଆ ଅଭିଯାନ । ଯେଉଁ ଅଭିଯାନର ନାମ ରହିଛି ‘ବିଜୟ ସଂକଳ୍ପ ଅଭିଯାନ’ । ଏହା ୧୦ ତାରିଖରୁ ଆରମ୍ଭ କରି ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଏହି ଅଭିଯାନର ମୁଖ୍ୟ ମୁଦା ହେଉଛି ମୋଦି ସରକାର ୬୦ମାସରେ କରିଥିବା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମକୁ ଘରେ ଘରେ ଲୋକଙ୍କ ପାଖରେ ପହଁଞ୍ଚାଇବା । ଏବଂ ରାଜ୍ୟ ସରକାରଙ୍କ ଅନାୟ ଏବଂ ଦୁର୍ନୀତି ଲୋକଙ୍କ ଆଗରେ ବଖାଣିବା । ୮ ଦିର ଏହି ଅଭିଯାନରେ ବିଜେପି ୫ ହଜାରରୁ ଅଧିକ ସଭା କରିବ ବୋଲି ସୂଚନା ଦେଇଛି । ଆଜି ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ବିଜେପି ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ ଏଭଳି ସୂଚନା ଦେଇଛନ୍ତି ।
ବିଜେପିର ଆରମ୍ଭ କରିବାକୁ ଯାଉଥିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ରହିବ କେନ୍ଦ୍ରରେ ପୁଣିଥରେ ମୋଦି ସରକାର ଗଢ଼ିବା । ଏବଂ ରାଜ୍ୟରେ ପ୍ରଥମଥର ପାଇଁ ବିଜେପି ସରକାର ଗଢ଼ିବା । ତେବେ ପୂର୍ବରୁ ବିଜେପି ‘ମୋ ଘର ବିଜପି ପରିବାର’ କାର୍ଯ୍ୟକ୍ରମ ଆରମ୍ଭ କରି ବିଜେପି କର୍ମୀମାନେ ଘର ଆଗରେ ପତାକା ମାରି ଦବଦବା ଦେଖାଇଛନ୍ତି । ଏବେ ବିଜେପିର ଏହି ଅଭିଯାନ ଦ୍ୱାରା ଆହୁରି କିଛି ଲୋକ ବିଜେପି ପ୍ରତି ଆକୃଷ୍ଟ ହେବେ ବୋଲି ଆଶା କରାଯାଇଛି । ରାଜ୍ୟର ସାଢ଼େ କୋଟି ଲୋକଙ୍କ ପାଖରେ ବିଜେପିର ଉନ୍ନତି ମୂଳକ କାର୍ଯ୍ୟକ୍ରମ ପହଁଞ୍ଚାଇବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ।
ନିର୍ବାଚନ ପାଖେଇ ଆସୁଥିବାରୁ ଭୋଟରଙ୍କ ମନ ମୋହିବା ପାଇଁ ରାଜନୈତିକ ଦଳମାନେ ଏଭଳି ପ୍ରହସନ ଆରମ୍ଭ କରିବେ ବୋଲି ସାଧାଣରେ ଚର୍ଚ୍ଚା ହେଉଛି । ବିଜେଡି ‘ଘରେ ଘରେ ଶଙ୍ଖ’ ଅଭିଯାନ ଆରମ୍ଭ କରିଥିବା ବେଳେ ବିଜେପି ଏଭଳି ଭାବରେ ଦୁଇଟି ଅଭିଯାନ ଆରମ୍ଭ କରିଛି । ତେବେ ଏହି ଦୁଇ ଦଳର ଘରେ ଘରେ ଅଭିଯାନକୁ ନେଇ ସାଧାରଣ ଲୋକ ମଜାକରେ କଥା ହେଉଛନ୍ତିି କି ଘରେ ଘରେ ଯଦି ବିଜେପି ଏବଂ ବିଜେଡି ରହିବେ ତେବେ କଂଗ୍ରେସ କଣ ଅବସର ନେବ । ନାଁ ବାପା ଘରେ ବିଜେପି ଏବଂ ପୁଅ ଘରେ ବିଜେଡି ରହିବ ।