ଭୁବନେଶ୍ୱର (ଏଟିଆର ବ୍ୟୁରୋ): ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟରେ ଜାରି ରହିଛି ନାମାଙ୍କନ ପତ୍ର ଦାଖଲ କରିବା ପକ୍ରିୟା । ଆଜି ନାମାଙ୍କନ ପତ୍ର ଦାଖଲ କରିବାର ପଞ୍ଚମ ଦିନ ବା ଶେଷ ଦିନ । ଦିନକୁ ଦିନ ନାମାଙ୍କନ ଦାଖଲ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ଶେଷ ଦିନ ସଂଖ୍ୟା ଆହୁରୀ ବଢିପାରେ ବୋଲି ଆଶଙ୍କା ରହିଛି । ଗୁରୁବାର ରେକର୍ଡ ସଂଖ୍ୟକ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ଦାଖଲ କରିଛନ୍ତି ।
ଏବେଠୁ ସରଗରମ ହେଲାଣି ଗାଁ ରାଜନୀତି । ଏଥରକ ପଞ୍ଚାୟତ ନିର୍ବାଚନ ପାଇଁ ଆଗେଇ ଆସିଛନ୍ତି ଯୁବପୀଢି । ନିର୍ବାଚନ ଲଢିବା ପାଇଁ ମଇଦାନକୁ ଓହ୍ଲାଇଛନ୍ତି ଉଚ୍ଚଶିକ୍ଷିତ ଯୁବକ ଯୁବତୀ ।
ପ୍ରାର୍ଥୀ ଓ ସମର୍ଥକମାନେ କୋଭିଡ ଗାଇଡଲାଇନ୍ ମାନୁନଥିବା ନଜରକୁ ଆସିଥିବାରୁ ଶେଷ ଦିନରେ ଯେପରି ପରିସ୍ଥିତି ଅଣାୟତ୍ତ ନହୁଏ ତାହା ଉପରେ ନଜର ରଖିବା ସହ ଭିଡ଼ ନିୟନ୍ତ୍ରଣ କରିବାକୁ ରାଜ୍ୟ ନିର୍ବାଚନ କମିସନର ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।