ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଉନାହାନ୍ତି କେନ୍ଦୁଝର ପାଟଣାର ପୂର୍ବତନ ବିଧାୟକ ଗୌରହରି ନାୟକ । ୬୪ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଗତକାଲି ରାତି ପ୍ରାୟ ୧୦ ଟା ସମୟରେ ସେ ତାଙ୍କର ଶେଷ ନିଶ୍ୱାଷ ତ୍ୟାଗ କରିଛନ୍ତି ।
ଦୀର୍ଘ ଦିନ ହେବ ଗୌରହରି ସ୍ନାୟୁଜନିତ ରୋଗରେ ପୀଡିତ ଥିଲେ । ସେଥିପାଇଁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା । ସେଠାରେ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।
ଗୌରହରି ନାୟକ ସୈନ୍ୟବାହିନୀରେ ଥିଲେ । ସେଥିରୁ ଅବସର ନେବା ପରେ ସେ ରାଜନୀତିରେ ପାଦ ଥାପିଥିଲେ । ୨୦୦୨ ମସିହାରେ ପାଟଣା ବିଧାନସଭା ମଣ୍ଡଳୀରୁ ପ୍ରାର୍ଥୀ ହୋଇଥିଲେ । ୨୦୦୨ ରୁ ୨୦୦୯ ପର୍ଯ୍ୟନ୍ତ ସେ ପାଟଣାର ବିଧାୟକ ରହିଥିଲେ ।