କେନ୍ଦ୍ରାପଡା (ଏଟିଆର ବ୍ୟୁରୋ); ଆସନ୍ତା ୨୦ ତାରିଖରେ ପାଟକୁରା ନିର୍ବାଚନ । ତିନି ପ୍ରମୁଖ ରାଜନୈତିକ ଦଳ ବିଜୟୀ ହେବା ପାଇଁ ଜୋରସୋରରେ ପ୍ରଚାର ଆରମ୍ଭ କରିଛନ୍ତି । ହେବିୱେଟ ନେତାମାନେ ନିଜର ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି । ତେବେ ଏଠାରେ ବିଜେଡି ଏବଂ ବିଜେପି ମଧ୍ୟରେ କଡା ଟକ୍କର ହେବ ବୋଲି ରାଜନୈତିକ ପଣ୍ଡିତମାନେ କହୁଛନ୍ତି । ତେବେ ରେଜଲ୍ଟ କଣ ହେଉଛି ତା ଉପରେ ମସ୍ତଙ୍କ ନଜର ।
ପାଟକୁରାରେ ଆଜି ତିନି ପ୍ରମୁଖ ରାଜନୈତିକ ଦଳର ହେବିୱେଟମାନେ ପ୍ରଚାର କରିବା ପାଇଁ ବାହାରି ପଡିଛନ୍ତି । ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ ମନ୍ତ୍ରୀ ପ୍ରତାପ ଜେନା ପ୍ରଚାର କରିବେ ବୋଲି ସୂଚନା ମିଳିଛି । କଂଗ୍ରେସ ପକ୍ଷରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ଅଭିଜ୍ଞ ନେତା ନରସିଂହ ମିଶ୍ର ପ୍ରଚାର ମୈଦାନକୁ ବାହାରିବେ । ସେମାନେ ଡେରାବିଶ ବ୍ଳକରେ ପ୍ରଚାର କରିବେ ବୋଲି ସୂଚନା ମିଳିଛି । ସେହିପରି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସାଂସଦ ଅପରାଜିତା ଷଡଙ୍ଗୀ ଓ ଜୁଏଲ ଓରାମ ପ୍ରମୁଖ ପ୍ରଚାର ମଇଦାନକୁ ବାହାରିବେ ।
ବିଜେପିର ବରିଷ୍ଠ ନେତା ଦାମୋଦର ରାଉତ ବିଜୟ ମହାପାତ୍ରଙ୍କ ପାଇଁ ପ୍ରଚାର କରିଥିଲେ । କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ଗତକାଲି ବୁଲେଟରେ ରାଲି କରି ବିଜୟଙ୍କ ପାଇଁ ଲୋକଙ୍କୁ ଭୋଟ ଭିକ୍ଷା କରିଥିଲେ । ବିଜେଡିର ମନ୍ତ୍ରୀ ଏବଂ ହେବିୱେଟ ନେତାମାନେ ମଧ୍ୟ ପାଟକୁରାରେ ଡେରା ପକାଇ ସାରିଲେଣି । ତେବେ ଫଳାଫଳ ଉପରେ ସମସ୍ତଙ୍କ ନଜର । କାରଣ କେନ୍ଦ୍ରାପଡା ବିଜୁ ବାବୁଙ୍କ କର୍ମସ୍ଥଳି ।