ଭୁବନେଶ୍ୱର(ଏଟିଆର ବ୍ୟୁରୋ); ୨୦୧୯ ସାଧାରଣ ନିର୍ବାଚନ ବାକି ରହିଲା ଆଉ ଅଳ୍ପ ଦିନ । ରାଜ୍ୟର ମ୍ସ୍ ରାଜନୈତିକ ଦଳମାନେ ନିଜର ରଣନୀତି ପ୍ରସ୍ତୁତ କରିବାକୁ ବସିଲେଣି । ତେବେ ରାଜ୍ୟ ପ୍ରମୁଖ ଦଳ ବୋଲାଉଥିବା କଂଗ୍ରେସ ନିଜର ରଣନୀତିକୁ ତୃଣମୂଣ ସ୍ତରରୁ ସୁଦୃଢ଼ କରିଥିବା ଦେଖିବାକୁ ମିଳିଛି । ରାଜ୍ୟର ସମସ୍ତ ପଞ୍ଚାୟତ ସ୍ତରର ନେତାମାନଙ୍କୁ ନେଇ କଂଗ୍ରେସ ଭବନ ସାମ୍ନାରେ ଏକ ବିଶାଳ ସଭା ଆୟୋଜନ କରିଛି । ଏହି ସଭାରେ ଜାତୀୟ କଂଗ୍ରେସର ବହୁ ଟାଣୁଆଁ ନେତାମାନେ ଯୋଗ ଦେଇଥିବା ଦେଖିବାକୁ ମିଳିଛି । ଏହି ନେତାଙ୍କ ମଧ୍ୟରେ ଅଛନ୍ତି କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ,ଚିରଞ୍ଜିବି ବିଶ୍ୱାଳ,ସୁର ରାଉତ ରାୟ ଏବଂ ପିସିସିର ହର୍ତ୍ତା କର୍ତ୍ତା ଦଇବ ବିଧାତା ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମହୋଦୟ ।
ଆୟୋଜିତ ହୋଇଥିବା ଏହି ବିଶାଳ ସଭାରେ ରାଜ୍ୟ ସମସ୍ତ ଜିଲ୍ଲାରୁ ପଞ୍ଚାୟତ ନିର୍ବାଚନରେ ଜିତିଥିବା ଏବଂ ହାରିଥିବା ସଦସ୍ୟମାନଙ୍କୁ ନେଇ ସଭାଟି ଆୟୋଜନ କରାଯାଇଥିଲା । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ତୃଣମୂଳ ସ୍ତରକୁ ସୁଦୃଢ଼ କରିବା ପାଇଁ ଏହି ନେତାମାନଙ୍କୁ ଏକାଠି କରାଯାଇଥିବା ସୂଚନା ଦିଆଯାଇଛି । ସାଧାରଣତଃ ଅଧିକାଶଂ ଭୋଟ ଗାଁରୁ ମିଳିଥାଏ । ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ପ୍ରତି କରିଥିବା ଅନ୍ୟାୟ ଏବଂ ଅତ୍ୟାଚାରର ପର୍ଦ୍ଦାଫାସ କରିବା ସହ ଆଗାମୀ ନିର୍ବାଚନରେ ଏହାର ଉଚିତ ଜବାବ ଦେବା ଆୟୋଜିତ ହୋଇଥିବା ସଭାର ମୁଖ୍ୟ ଲକ୍ଷ ।
କଂଗ୍ରେସ ସରକାର ସମୟରେ ରାଜ୍ୟ ଏବଂ କେନ୍ଦ୍ରରେ ବହୁ ଯୋଜନା କାର୍ଯ୍ୟକାରୀ ହୋଇଥିବା ବେଳେ ଆଜି ନବୀନ ପଟ୍ଟନାୟକ ଏବଂ ନରେନ୍ଦ୍ର ମୋଦୀ ଏହାର ନାଁ ନେଉଥିବା ଅଭିଯୋଗ କରାଯାଇଛି । ଏଣୁ ଆଗାମୀ ଦିନରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅସଲ ମୁଖା ଲୋକଙ୍କ ପାଖରେ ପହଁଞ୍ଚାଇ ବା ସହ ପୁନର୍ବାର କେନ୍ଦ୍ର ଏବଂ ରାଜ୍ୟରେ ଶାସନ କ୍ଷମତାକୁ ଦଳ ଆସିବ ବୋଲି ଦଳର ନେତାମାନେ ଦୃଢ଼ୋକ୍ତି ଦେଇଛନ୍ତି ।