ଭୁବନେଶ୍ୱର (ଏଟିଆର ବ୍ୟୁରୋ); କଂଗ୍ରେସର ହାତ ଛାଡିଲେ ପ୍ରମୋଦ ଜେନା । ସେ ରାଜ୍ୟ ସମ୍ପାଦକ ପଦରେ ରହିଥିଲେ । କିନ୍ତୁ ନିର୍ବାଚନକୁ ଆଉ ଅଳ୍ପ ଦିନଥିବା ବେଳେ ହଠାତ ଦଳ ଛାଡିବା କଂଗ୍ରେସର ମୁଣ୍ଡ ବିନ୍ଧାର କାରଣ ହୋଇଛି । ପ୍ରମୋଦଙ୍କ ସହ ହଜାର ହଜାର କର୍ମୀ ମଧ୍ୟ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେମାନେ ନିଜର ଇସ୍ତଫାପତ୍ର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି । ପାରାଦୀପରେ ପ୍ରମୋଦ ଜଣେ ଟାଣୁଆ ନେତା ଭାବରେ ପରିଚିତ । କିନ୍ତୁ ଶେଷ ସମୟରେ ଦଳ ଛାଡିଥିବାରୁ ଦଳ ପାଇଁ ଅଡୁଆ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ସେ କେଉଁ ଦଳରେ ଯୋଗ ଦେବେ ତାହା ସ୍ପଷ୍ଟ ହୋଇନାହିଁ ।
କଂଗ୍ରେସ ବିପଦଗାମୀ ହେଉଛି ଏବଂ ଗୁଣ୍ଡା ଗର୍ଦି କରୁଥିବା ଲୋକଙ୍କୁ ଟିକେଟ ଦେଉଛି । ଏଭଳି ଅନେକ କଟୁ ଭାଷାରେ ସମାଲୋଚନା କରି ଇସ୍ତଫାପତ୍ରରେ ଉଲେଖ କରିଛନ୍ତି ପ୍ରମୋଦ ଏବଂ ତାଙ୍କ ସମର୍ଥକ । ତେବେ ସେମାନେ ମୁଖ୍ୟତଃ ଇସ୍ତଫାପତ୍ରରେ ଚିରଞ୍ଜିବି ବିଶ୍ୱାଳଙ୍କୁ ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି । ଏଥିରେ ଲେଖା ଯାଇଛି, ଜଗତସିଂହପୁର ଜିଲ୍ଲା କଂଗ୍ରେସର ନେତୃତ୍ୱ ନେଉଥିବା ଚିରଞ୍ଜିବ ବିଶ୍ୱାଳ ଜଗତସିଂହପୁର ବିଧାନସଭା ମଣ୍ଡଳୀରେ ନିଜର ସ୍ଥିତି ଦୃଢ଼ ରଖିବା ପାଇଁ ଅନ୍ୟ ଦଳ ସହିତ ଭିତିରି ବୁଝାମଣା କରିଛନ୍ତି। ଜଣକ ପରେ ଜଣେ ନେତା କଂଗ୍ରେସ ଛାଡିବା ପରେ ଚିନ୍ତାରେ ରହିଛି ଦଳ । ତେବେ ଆଗାମି ଦିନରେ ଦଳର ଭାଗ୍ୟ ଏବଂ ଭବିଷ୍ୟତ କଣ ହେବ ତାଉପରେ ସମସ୍ତଙ୍କ ନଜର ।