ଭୁବନେଶ୍ୱର (ଏଟିଆର ବ୍ୟୁରୋ); ନିର୍ବାଚନ ଯେତିକି ପାଖଉଛି ସାଧାରଣ ଲୋକମାନେ ନୂଆ ନୂଆ କଥାକୁ ନେଇ ଚର୍ଚ୍ଚା ଆରମ୍ଭ କରି ଦିଅନ୍ତି । ଏବେ ଆଉ ଏକ ନୂଆ କଥାକୁ ନେଇ ରାଜ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କେନ୍ଦ୍ରାପଡା ଲୋକସଭା ଆସନରେ ବୈଜୟନ୍ତଙ୍କ ବିରୋଧରେ ପ୍ରତାପ ଜେନା ପ୍ରାର୍ଥୀ ହେବେ । ବୈଜୟନ୍ତଙ୍କ ଭଳି ତୁଙ୍ଗ ନେତାଙ୍କୁ ହରାଇବା ପାଇଁ ପ୍ରତାପ ହିଁ ଉଚିତ ପ୍ରାର୍ଥୀ ବୋଲି ଦଳ ଭିତରେ କଥା ହେଉଛି ବୋଲି ଶୁଣିବାକୁ ମିଳୁଛି । ତେବେ ଏ ସମ୍ପର୍କରେ ପ୍ରତାପ କହିଛନ୍ତି କି ଦଳ ମୋତେ ଯେଉଁଠି ଟିକେଟ ଦେବ ମୁଁ ସେଇଠି ଲଢ଼ିବି ଏବଂ ଦଳର ସୁପ୍ରିମୋଙ୍କ ସବୁ ନିର୍ଦ୍ଦେଶ ପାଳନ କରିବି । କିନ୍ତୁ ମାହାଙ୍ଗା ଆସନରୁ ନିର୍ବାଚନ ଲଢ଼ିବା ପାଇଁ ମୋ ଇଛା ଅଛି । ବାକି ସବୁ କିଛି ଦଳର ସୁପ୍ରିମୋଙ୍କ ଉପରେ ନିର୍ଭର କରେ ।
ନିକଟରେ କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗ ଦେବା ପରେ ସେହି ଆସନରେ ବିଜେଡି କାହାକୁ ପ୍ରାର୍ଥୀ ଦେବ ତାକୁ ନେଇ ଆରମ୍ଭ ହୋଇଯାିଛି ଚର୍ଚ୍ଚା । ତେବେ ଏଥିରେ ଆଗରେ ରହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା । ବୈଜୟନ୍ତ ବିଜେପିରେ ଯୋଗ ଦେବା ପରେ ବିଜେପି ଦୃଢ଼ ହୋଇଥିବା ବିଜେଡି ପ୍ରାର୍ଥୀ ଦେବା ମୁଣ୍ଡ ବିନ୍ଧାର କାରଣ ହୋଇଛି । କାରଣ ପ୍ରତାପ ଜେନାଙ୍କ ମହାଙ୍ଗା ପ୍ରେମ ଦଳକୁ ଅଡୁଆରେ ପକାଇପାରେ । ତେବେ ବୈଜୟନ୍ତଙ୍କ ଲୋକପ୍ରିୟତା ଆଗରେ କାଳେ ଫିକା ପଡିଯିବା ଭୟରେ ଏଠାରେ ନିର୍ବାଚନ ଲଢ଼ିବା ପାଇଁ ଇଛା କରୁନଥିବା ସାଧାରଣରେ ଚର୍ଚ୍ଚା ହେଉଛି ।
ତେବେ ଏଠାରେ ଯଦି ପ୍ରତାପ ଜେନା ପ୍ରାର୍ଥୀ ହୁଅନ୍ତି ତେବେ ଲଢ଼େଇରେ କଡା ଟକ୍କର ହୋଇପାରେ । କିନ୍ତୁ ପ୍ରତାପଙ୍କ ପ୍ରତିକ୍ରିଆ ଦଳର ସୁପ୍ରିମୋଙ୍କୁ ଚିନ୍ତାରେ ପକାଇପାରେ । ପ୍ରତାପ ଦଳର ପାୱାର କରିଡରରେ ଥିବାରୁ ତାଙ୍କ କଥା ସୁପ୍ରିମୋ ମଧ୍ୟ ରଖିପାରନ୍ତି । ତେବେ ଆଗକୁ ଏଠାରେ କଣ ହେବ ତା ଉପରେ ସମସ୍ତଙ୍କ ନଜର । ସେପଟେ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ଥିବା ବୈଜୟନ୍ତଙ୍କ ଉପରେ ଲୋକ ବିଶ୍ୱାସ କରୁଥିବା ବେଳେ ବିଜେପି ଅନୁକମ୍ପା ତାଙ୍କ ପାଇଁ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ବାଟ ଦେଖାଇବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।