ଭୁବନେଶ୍ୱର (ଏଟିଆର ବ୍ୟୁରୋ); କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହଙ୍କୁ ବିଜେଡି ଟିକେଟ ନଦେବାରୁ ସେ ଅସନ୍ତୋଷ ଜାହରି କରିବା ସହିତ ବିଜେଡିକୁ ବାଏ ବାଏ କହିଛନ୍ତି । ବୁଧବାର ନିଜର ଇସ୍ତଫାପତ୍ର ବିଜେଡି ସୁପ୍ରିମୋଙ୍କ ନିକଟକୁ ପଠାଇଛନ୍ତି ପ୍ରତ୍ୟୁଷା ।ତ୍ତତେବେ ସେ କେଉଁ ଦଳରେ ସାମିଲ ହେବେ ତାହା ସ୍ପଷ୍ଟ ହୋଇନାହିଁ । ସେ ବିଜେପିରେ ଯୋଗ ଦେଇ ପାରନ୍ତି ବୋଲି ଶୁଣିବାକୁ ମିଳିଛି । ମଙ୍ଗଳବାର ଗଣ ମାଧ୍ୟମକୁ ପ୍ରତ୍ୟୁଷା ସୂଚନା ଦେଇଥିଲେ କି ବିଜେଡି ଟିକେଟ ନମିଳିଲେ ସେ ସ୍ୱାଧୀନ ଭାବରେ ନିର୍ବାଚନ ଲଢ଼ିବାକୁ ପଛାଇବେ ନାହିଁ । କିନ୍ତୁ ସେ କେଉଁ ଆସନରୁ ନିର୍ବାଚନ ଲଢ଼ିବେ ତାହା ସ୍ପଷ୍ଟ ହୋଇନାହିଁ ।
ବିଜେଡି ସୁପ୍ରିମେ ମହିଳାଙ୍କ ୩୩ ଶତକଡା ମହିଳା ପ୍ରାର୍ଥୀଙ୍କ କଥା କହି ଡେଙ୍ଗୁରା ପିଟିବା କେବଳ ଲୋକ ଦେଖାଣିଆ । ମହିଳା ଭୋଟ ବ୍ୟାଙ୍କ ହାତେଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ମହିଳ କାର୍ଡ ଖେଳିବା ମୁଖ୍ୟମନ୍ତ୍ରୀଙ୍କ ଚକ୍ରାନ୍ତ ବୋଲି ବିଜେଡି ଛାଡିବା ପରେ ସମାଲୋଚନା କରିଛନ୍ତି ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ । ସେ ଅଭିଯୋଗ କରିଛନ୍ତି ଯେ, ଦଳରେ ତାଙ୍କୁ ଅଣଦେଖା କରାଯାଇଛି। କନ୍ଧମାଳ ଓ ନୟାଗଡ଼ରେ ଭଲ କାମ କରିଥିଲେ ହେଁ ମୋ କାମକୁ ଅଣଦେଖା କରାଯାଇଛି ବୋଲି କହିଛନ୍ତି ପ୍ରତ୍ୟୁଷା । ବିଧାୟକ ଅରୁଣ ସାହୁ ଓ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଆଣିଛନ୍ତି ପ୍ରତ୍ୟୁଷା ରାଜେଶ୍ୱରୀ । ପ୍ରତ୍ୟୁଷା ନୟାଗଡ ନିର୍ବାଚନ ମଣ୍ଡଳୀରୁ ଲଢ଼ିପାରନ୍ତି ବୋଲି ଆଗରୁ ସୂଚନା ଦେଇଥିଲେ ।
ତେବେ ସେ ଯଦି ନୟାଗଡ ଆସନରୁ ନିର୍ବାଚନ ଲଢ଼ିବେ ତେବେ ସେ ଅରୁଣ ସାହୁଙ୍କ ପ୍ରତିଦ୍ୱନ୍ଦିତା କରିବେ ।ତେବେ ତାଙ୍କ ସ୍ଥାନରେ ଅଚ୍ୟୁତଙ୍କୁ କନ୍ଧମାଳରେ ଟିକେଟ ଦେଇଥିବାରୁ ପୁଣିଥରେ ସଂସଦୀୟ କ୍ଷେତ୍ରରେ ବିଜେପି ଟିକେଟରେ ଲଢ଼େଇ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ତାଙ୍କର ଆଗାମି ନିଷ୍ପତି ଆସନ୍ତା ଦୁଇ ଦିନ ମଧ୍ୟରେ ଜଣା ପଡିଯିବ ବୋଲି ଅନୁମାନ କରାଯାଇଛି ।