ଭୁବନେଶ୍ୱର (ଏଟିଆର ବ୍ୟୁରୋ); କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ମୁଡ ବଦଳି ଯାଇଛି । ପୂର୍ବରୁ ଘୋଷଣା କରିଥିଲେ କି ଆଜିର ଦିନରେ କଂଗ୍ରେସରେ ଯୋଗ ଦେବେ । କିନ୍ତୁ ହଠାତ ମୁଡ ବଦଳି ଯାଇଛି ରାଣୀଙ୍କର । କଂଗ୍ରେସକୁ ଆଶା ଦେଇ ନିରାଶ କରିବା ପରେ ଆଜି ବିଜେପି ଭରଷାରେ ପଦ୍ମ ପୋଖରୀରେ କୁଦ ମାରିଛନ୍ତି ପ୍ରତ୍ୟୁଷା । ବିଜେପିରେ ଯୋଗ ଦେବାପରେ ଦଳର ସଂଗଠନ ଦୃଢ଼ ହେବ ବୋଲି ଆଶା କରାଯାଉଛି । ତେବେ ପ୍ରତ୍ୟୁଷା କେଉଁ ଆସନରୁ ନିର୍ବାଚନ ଲଢ଼ିବେ ତାହା ସ୍ପଷ୍ଟ ହୋଇନାହିଁ ।ବିଜେପି ବିଧାୟକ ଦଳ ନେତା କେ.ଭି ସିଂହଙ୍କ ବାସଭବନରେ ବିଧିବଦ୍ଧଭାବେ ବିଜେପିରେ ସାମିଲ ହୋଇଛନ୍ତି କନ୍ଧମାଳ ସାଂସଦ ପ୍ରୁତ୍ୟଷା ରାଜେଶ୍ୱରୀ ସିଂ । ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ସହ ବିଜେପି ବିଧାୟକ ଦଳ ନେତା କେ.ଭି ସିଂହ ଦେଓ ଉପସ୍ଥିତ ଥିଲେ ।
ପୂର୍ବରୁ ପ୍ରତ୍ୟୁଷା ଘୋଷଣା କରିଥିଲେ କି ସେ କଂଗ୍ରେସରେ ଯୋଗ ଦେବେ । ନୟାଗଡ ଆସନରୁ ନିର୍ବାଚନ ଲଢ଼ିବା ପାଇଁ ଇଛାଥିବା ମଧ୍ୟ ପ୍ରକାଶ କରିଥିଲେ । ତେବେ ରାଣୀଙ୍କ ଆଶା ଆଶାରେ ହିଁ ରହିଯାଇଛି । କାରଣ ବିଜେପି ନୟାଗଡରେ ଲାଲା ମନୋଜ ରାୟଙ୍କ ପତ୍ନୀ ଇରାନୀ ରାୟଙ୍କୁ ନୟାଗଡରୁ ଟିକେଟ ଦେଇସାରିଛି । ଏଣୁ କଂଗ୍ରେସରୁ ମୁହଁ ଆଡେଇ ନେବାପରେ ନୟାଗଡ ଆଶା ମଉଳି ଯାଇଛି । ତେବେ ସେ କେଉଁ ଆସନରେ ଲଢ଼ିବେ ଏବଂ କେଉଁ ଆଶାରେ ବିଜେପିରେ ଯୋଗ ଦେଇଛନ୍ତି ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ନୟାଗଡ ଆସନରେ ଅରୁଣ ସାହୁଙ୍କ ଭଳି ତୁଙ୍ଗ ନେତା ବିଜେଡି ପକ୍ଷରୁ ନିଶ୍ଚିନ୍ତ ଲଢ଼ିବେ ବୋଲି ଶୁଣିବାକୁ ମିଳିଛି । ତେବେ କଂଗ୍ର୍ରେସ ଭରଷାରେ ଏତେ ବଡ ଲଢ଼େଇ ସାମ୍ନ କରିପାରିବେନି ବୋଲି ବିଜେପିରେ ଯୋଗ ଦେଇ ଅଳଗା କେଉଁ ଆସନ ଲୋଭରେ ରହିଛନ୍ତି ବୋଲି ଶଉରିବାକୁ ମିଳିଛି ।