ଭୁବନେଶ୍ୱର (ଏଟିଆର ବ୍ୟୁରୋ); ନିର୍ବାଚନ ପୂର୍ବରୁ ତୃତୀୟ ଥର ପାଇଁ ଓଡିଶା ଗସ୍ତରେ ଆସିବେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ବରଗଡ ଜିଲ୍ଲାରେ ଏକ ସାଧାରଣ ସଭାରେ ଯୋଗ ଦେବେ ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ତେବେ ଫେବୃଆରୀ ୨୬ କିମ୍ବା ୨୮ ତାରିଖରେ ଏହି ସଭା ଆୟୋଜନ ହେବ ତାହା ସ୍ପଷ୍ଠ ହୋଇ ନାହିଁ । କିନ୍ତୁ ଫେବୃଆରୀ ଶେଷ ସପ୍ତାହରେ ଓଡିଶା ଆସିବେ ରାହୁଲ । ତେବେ ରାହୁଲଙ୍କ ସହ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଆସି ପାରନ୍ତି ବୋଲି ଅନୁମାନ କରାଯାଉଛି । ସେପଟେ ରାହୁଲ ଓଡିଶା ଗସ୍ତକୁ ନେଇ ବେଶ ଖୁସି ଅଛନ୍ତି ଦଳୀୟ କର୍ମୀ ।
କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ତୃତୀୟ ଥର ପାଇଁ ଓଡିଶା ଗସ୍ତରେ ଆସୁଛନ୍ତି ରାହୁଲ । ପ୍ରଥମେ ଜାନୁଆରୀ ୨୫ ତାରିଖରେ ଆସିଥିଲେ ଏବଂ ଦ୍ୱିତୀୟ ଥର ପାଇଁ ଫେବୃଆରୀ ୬ ତାରିଖରେ ଆସିଥିଲେ । ରାହୁଲଙ୍କ ଗସ୍ତରେ ବେଶ ଖୁସି ଅଛନ୍ତି ଦଳୀୟ କର୍ମୀ । ସାଧାରଣ ନିର୍ବାଚନ ପୂର୍ବରୁ ରାହୁଲ ଆସି ଗୁରୁଜ୍ଞାନ ଦେଉଛନ୍ତିି । ସେପଟେ ରାହୁଲ ଆସିଥିବା ଦୁଇଥର ଯାକ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ସଲାସୁଲରା ସମ୍ପର୍କ ଥିବା କହିଥିଲେ ରାହୁଲ । ତେବେ ଏଥରକ ରାହୁଲ କଣ କହିବେ ତା ଉପରେ ସମସ୍ତଙ୍କ ନଜର ରହିଛି ।
ନିର୍ବାଚନ ପୂର୍ବରୁ ପ୍ରତିମାସରେ ଥରେ ଲେଖାଏଁ ଓଡିଶା ଗସ୍ତରେ ଆସିବେ ରାହୁଲ । ଏନେଇ ସେ ପୂର୍ବରୁ ସୂଚନା ଦେଇଥିଲେ । ମାତ୍ର ୩୦ ମଧ୍ୟରେ ୩ଥର ଓଡିଶା ଗସ୍ତକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି । ସେପଟେ ନିୟମିତ ଭାବରେ କେନ୍ଦ୍ରୀୟ ନେତାଙ୍କ ଓଡିଶାରେ ଡେରା ପକାଉଥିବା ଦେଖିବାକୁ ମିଳିଛି । ଉଭୟ କଂଗ୍ରେସ ଏବଂ ବିଜେପି ହେବିୱେଟ ନେତାମାନେ ଓଡିଶାରେ ବଦଦବା ଦେଖାଇବା ପାଇଁ ଆସୁଥିବା ସାଧାରଣରେ ଚର୍ଚ୍ଚା ହେଉଛି । ତେବେ କେନ୍ଦ୍ରୀୟ ନେତାଙ୍କ ବାରମ୍ବାର ଗସ୍ତ ଫଳରେ ଓଡିଶା ରାଜନୀତିରେ ପ୍ରଭାବ ପଡିବ ବୋଲି ରାଜନୀତି ବିଶେଷଜ୍ଞମାନେ ମତ ଦେଇଛନ୍ତି । ମିନ୍ତୁ ଏହାକୁ ଖଣ୍ଡନ କରିଛି ଶାସକ ଦଳ ବିଜେଡି । ଯେତେ କେନ୍ଦ୍ରୀୟ ନେତା ଆସିଲେ ମଧ୍ୟ ଓଡିଶା ଲୋକଙ୍କ ମନରେ ବିଜେଡି ଥିଲା ଏବଂ ପୁନର୍ବାର ସରକାର ଗଢ଼ିବ ବୋଲି ଦୃଢ଼ୋକ୍ତି ପ୍ରଦାନ କରିଛି ।