ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପିପିଲି ବିଧାୟକ ଭାବେ ଆଜି ବିଧାନସଭାରେ ଶପଥ ନେଲେ ରୁଦ୍ର ମହାରଥୀ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଧାନସଭାରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ।
ପିପିଲି ଉପନିର୍ବାଚନରେ ବାଜି ମାରିଥିଲେ ବିଜେଡି ଦଳର ପ୍ରାର୍ଥୀ ରୁଦ୍ର ମହାରଥୀ । ସେ ୨୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ଏହାପରେ ସେ ଆଜି ବିଧାୟକ ଭାବେ ଶପଥ ଗ୍ରହଣ କରିଛନ୍ତି ।