କେନ୍ଦୁଝର ( ଏଟିଆର ବ୍ୟୁରୋ) ; ପୋଲିସ ନିକଟରେ ହାଜର ହେବେ ଚମ୍ପୁଆ ବିଧାୟକ ସନାତନ ମହାଖୁଡ । ଏନେଇ ନୋଟିସ ଜାରି କରିଛି ପୋଲିସ । ବିଧାୟକଙ୍କ ବିରୋଧରେ ଲାଗିଛି ୧୨୩,୧୨୮,୩୪୧,୨୮୩,୨୯୪,୫୦୬ ଏବଂ ୧୪୯ ଭଳି ଦଫା । କେନ୍ଦୁଝର ବନାପୋଡି ଟୋଲ ପ୍ଳଜାରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଆନ୍ଦୋଳନରେ ବିଧାୟକଙ୍କ ସମ୍ପୃକ୍ତି ରହିଛି । ଏଣୁ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା ଭଳିି ସଙ୍ଗୀନ ଦଫା ସବୁ ଲାଗିଛି । ଥାନାରେ ଯାଇ ହାଜର ହେବା ପାଇଁ ପୋଲିସ ନୋଟସ ଜାରି କରିଛି ।
ଆଗକୁ ସାଧାରଣ ନିର୍ବାଚନ ପାଖେଇ ଆସୁଛି । ଏବେ ଠାରୁ ସବୁ ନେତା ମାନେ ନିଜର ସଂଗଠନକୁ ଦୃଢ଼ କରିବା ପାଇଁ ନିର୍ମଳ ଭାବମୃତ୍ତି ଦେଖେଇବା ଆରମ୍ଭ କରିଦେଲେଣି । ତେବେ ଏହି ସମୟରେ ଥାନାରେ ବିଧାୟକଙ୍କ ହାଜର ହେବା ଫଳରେ ନିଜର ଲେକପ୍ରିୟତା ଉପରେ ପ୍ରଭାବ ପଡିବ ବୋଲି କହିଛନ୍ତି ବରିଷ୍ଟ ବୁଦ୍ଦିଜୀବୀ ମାନେ । ତେବେ ବିଧାୟକଙ୍କ ଏହି ଭୁଲର ଫାଇଦା ଉଠାଇବେ ବିରେଧି ନେତା ମାନେ ।