ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜେପିରେ ସାମିଲ ହୋଇଛନ୍ତି ଓଡିଶା ରାଜନୀତିର ବରିଷ୍ଟ ନେତା ଡଃ ଦାମୋଦର ରାଉତ । ଗୁରୁବାର ଦିଲ୍ଲୀ ବିଜେପି ମୁଖ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ,ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା,ବିଜେପି ଓଡିଶା ପ୍ରଭାରୀ ଅରୁଣ ସିଂ ଏବଂ କନକ ବର୍ଦ୍ଧନ ସିଂଙ୍କ ଉପସ୍ଥିତିରେ ବିଜେପିରେ ମିଶିଛନ୍ତି ଦାମ । ଦେଶର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ ଶାହାଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ଯୋଗ ଦେଇଛନ୍ତି ବୋଲି ସୂଚନା ଦେଇଛନ୍ତି ଦାମ ।
ଦାମ ରାଉତଙ୍କ ଭଳି ଭେଟେରିଆନ ନେତା ବିଜେପିରେ ଯୋଗ ଦେବା ପରେ ରାଜ୍ୟ ବିଜେପିର ପଲ୍ଲା ଭାରି ରହିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ପୂର୍ବରୁ ଦାମ ଘୋଣୋ କରିଥିଲେ କି ଯେଉଁ ଦଳ ନବୀନ ଏବଂ ପାଣ୍ଡିଆନ ସରକାର ବିରୋଧରେ ସ୍ୱର ଉତ୍ତୋଳନ କରିବ ଏବଂ ହରାଇବା ପାଇଁ ପ୍ରୟାସ କରିବ ମୁଁ ସେ ଦଳରେ ଯୋଗ ଦେବି । କଂଗ୍ରେସ ଏବଂ ବିଜେପି ଉଭୟ ଦାମଙ୍କୁ ଦଳରେ ସାମିଲ ହେବା ପାଇଁ ଅଫର କରିଥିଲେ । କିନ୍ତୁ ବିଜେପିକୁ ଶେଷରେ ବିକଳ୍ପ ଭାବି ଦଳରେ ଯୋଗ ଦେଇଛନନ୍ତି ଦାମ । ଦଳରେ ଯୋଗ ଦୋବ ପରେ ରାଜ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।
ତେବେ ଗତକାଲି ଦାମ ରାଉତଙ୍କ ପୁଅ ସମ୍ବିତ ରାଉତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ଅପରପକ୍ଷରେ ଦିଲ୍ଲୀ ମୁଖ୍ୟାଳୟରେ ଦାମଙ୍କ ବିଜେପିରେ ଯୋଗଦାନ । ଆଗାମୀ ଦିନରେ ପୁଅ ଏବଂ ଝିଅଙ୍କ ରାଜନୈତିକ କ୍ୟାରିଅର ଉପରେ ଅଙ୍କୁଶ ଲଗାଇପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ପରିବାର ପକ୍ଷରୁ ଦାମଙ୍କୁ ଯେତେ ପ୍ରେସର ପଡିଥିଲେ ସୁଦ୍ଧା କାହା କଥା ନଶୁଣି ନବୀନ ସରକାରକୁ ହଟାଇବା ପାଇଁ ରଣକ୍ଷେତ୍ର ଆରମ୍ଭ କରି ଦେଇଛନ୍ତି ।