ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ଟିକେଟ କଟିବା ପରେ କେବଳ ଦଳରେ ରହିବେ ଏବଂ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଶୁଣିବାକୁ ମିଳୁଥିଲା । କିନ୍ତୁ ଏବେ ସେ କୁଆଡେ ବିଜେଡି ଟିକେଟରେ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି । ସେ ଚିଲିକା ନିର୍ବାଚନ ମଣ୍ଡଳୀରେ ଟିକେଟ ପାଇ ପାରନ୍ତି । ଯଦି ସେ ଏଠାରେ ଟିକେଟ ପାଇବେ ତେବେ ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କ ପୁଅ ପୃର୍ଥୀରାଜ ହରିଚନ୍ଦନଙ୍କୁ ସାମ୍ନା କରିବାକୁ ପଡିବ । ପୃର୍ଥୀରାଜ ଜଣେ ହେବିୱେଟ ନେତା ହୋଇଥିବାରୁ ସିଦ୍ଧାନ୍ତ ହିଁ ତାଙ୍କ ବିପକ୍ଷରେ ଯୋଗ୍ୟ ପ୍ରାର୍ଥୀ ହେବେ ବୋଲି ଦଳ ଭରଷା ରଖିଛି ।
ଏବେ ଏଠାରେ ବିଧାୟକ ପାଇଁ ଆଗରେ ଅଛନ୍ତି ରଘୁନାଥ ସାହୁ । ତେବେ ତାଙ୍କ ନାମରେ ଅନେକ ଅଭିଯୋଗ ଥିବାରୁ ଦଳ ରିସ୍କ ନନେଇ ସିଦ୍ଧାନ୍ତଙ୍କୁ ପ୍ରାର୍ଥୀ କରିବ ବୋଲି ଏକ ପ୍ରକାର ଠିକ୍ କରିଛି ବୋଲି ଶୁଣିବାକୁ ମିଳିଛି । ସିଦ୍ଧାନ୍ତ ମହାପାତ୍ର ବ୍ରହ୍ମପୁର ଲୋକସଭା ଆସନରୁ ଦୁଇଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ତେବେ ଏଥରକ ତାଙ୍କ ଟିକେଟ କଟିବା ପରେ ସେ ରାଜ୍ୟସଭା ଯିବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏବେ ଏହି ନୂଆ ଚଚ୍ଚ ର୍ାକୁ ନେଇ ସବୁଠି ଦେଖା ଦେଇଛି ନୂଆ କଳ୍ପନା ଜଳ୍ପନା । ଅଭିନେତାରୁ ରାଜନେତା ହେବା ପରେ ସିଦ୍ଧାନ୍ତଙ୍କ ଲୋକ ପ୍ରିୟତା ମଧ୍ୟ ବଢ଼ିବାରେ ଲାଗିଥିଲା । ଏଣୁ ଏହାର ଫାଇଦା ଉଠାଇ ଦଳ ତାଙ୍କୁ ଟିକେଟ ଦେବ ବୋଲି ଆଶା କରାଯାଉଛି ।