ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପେଶାରେ ଜଣେ ବ୍ୟବସାୟୀ କିନ୍ତୁ ନିଶା ସମାଜସେବା । ପ୍ରତିଟି ଲୋକଙ୍କ ମୁହଁରେ ହସ ଫୁଟାଇବା ସତେ ଯେମିତି ତାଙ୍କ ର ପ୍ରଥମ ପସନ୍ଦ । ଖାସ୍ ଏଥି ପାଇଁ ତ ସେବା କଥା ଉଠିଲେ ସେ ସବୁବେଳେ ଆଗକୁ ଧାଇଁ ଆସିଥାନ୍ତି । କେତେବେଳେ ବସ୍ତିର କୁନି କୁନି ପିଲାଙ୍କ ଭବିଷ୍ୟତ ଗଢିବା ଲାଗି ପାଠ ପଢାରେ ସାହାଯ୍ୟ କରିଥାନ୍ତି ତ ଆଉ କେତେବେଳେ ସେ ବେସାହାର ବୃଦ୍ଧଙ୍କ ସାହା ଭରଷା ହୋଇଥାନ୍ତି । ତାଙ୍କର ସେହି ଗୋଟିଏ ଲକ୍ଷ୍ୟ ସମସ୍ତଙ୍କ ମୁହଁରେ ହସ ଫୁଟାଇବା । ତାଙ୍କ ଆଗରେ ଧନୀ ଗରିବ ସମସ୍ତେ ସମାନ । ଏପରିକି ସେ ଅନେକ ସମୟରେ ଗରିବଙ୍କୁ କମ୍ବଳ ଏବଂ ଖାଦ୍ୟ ବଣ୍ଟନ ମଧ୍ୟ କରିଥାନ୍ତ । ଏଭଳି ସମାଜସେବା କରି ଚର୍ଚ୍ଚାରେ ରହି ଆସିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ଭୁବନେଶ୍ୱରର ରୁଦ୍ର ନାରାୟଣ ସାମନ୍ତରାୟ । ରୁଦ୍ର ସମାଜସେବା କରିବା ପାଇଁ ଖୁବ୍ ପସନ୍ଦ କରିଥାନ୍ତି । ମାତ୍ର ଏବେ ରୁଦ୍ରଙ୍କ ନାଁ ଆଉ ଏକ ଧାରାରେ ସାମିଲ ହେବ ବୋଲି ଶୁଣିବାକୁ ମିଳୁଛି ।
ଆଜ୍ଞା ହଁ ଆଗକୁ ଆସୁଛି ସାଧାରଣ ନିର୍ବାଚନ । ସେନେଇ ଏବେ ଦିଲ୍ଲୀଠାରୁ ନେଇ ପଲ୍ଲୀ ଯାଏଁ ସବୁଠି ବୋହୁଛି ନିର୍ବାଚନୀ ହାୱା । ଏହାସହିତ ନିର୍ବାଚନ ମଇଦାନରେ ଲଢେଇ କରିବା ପାଇଁ ବିଭିନ୍ନ ଦଳ ପକ୍ଷରୁ ପାର୍ଥୀ ଘୋଷଣା କରାଯାଉଛି । ସେଥିପାଇଁ କିଏ କେଉଁ ଦଳ ପକ୍ଷରୁ ନିର୍ବାଚନ ଲଢିବେ ସେନେଇ ଚାରିଆଡେ ଆଲୋଚନା ଜୋର ଧରିଛି । ଇତି ମଧ୍ୟରେ ସମାଜସେବା କରୁଥିବା ରୁଦ୍ର ନାରାୟଣ ସାମସ୍ତରାୟ ରାଜନୀତିରେ ଏଣ୍ଟ୍ରି କରିବେ ବୋଲି ଚର୍ଚ୍ଚା ହେଉଛି । ଯଦି ଏହି ଚର୍ଚ୍ଚା ସତ ହୋଇଥାଏ ତେବେ ରାଜନୀତିରେ ରୁଦ୍ର ଜଣେ ଭଲ ନେତା ହେବା ସହ ସେ ଜନସାଧାରଣଙ୍କ ପାଇଁ ସମସ୍ତ ସୁବିଧା କରିବେ ବୋଲି ଆଶା କରାଯାଉଛି । ଏହାସହିତ ରାଜନୀତିରେ ରୁଦ୍ର ପାଦ ଥାପିବା ପରେ ଅନେକ ପରିବର୍ତ୍ତନ ହେବ ବୋଲି ଲୋକେ କହୁଛନ୍ତି ।
ରୁଦ୍ର ରାଜନୀତିରେ ମିଶିବା ଖବର ଚର୍ଚ୍ଚା ହେବା ପରେ ଏଟିଆର ନ୍ୟୁଜ୍ ପକ୍ଷରୁ ଏକ ସର୍ଭେ କରାଯାଇଥିଲା । ଯେଉଁଥିରେ ଲୋକଙ୍କ ମତାମତ ଲୋଡାଯାଇଥିଲା । ଏଥିରୁ ସ୍ପଷ୍ଟ ଜଣାପଡିଛି ଯେ ଯଦି ରୁଦ୍ର ରାଜନୀତିରେ ମିଶନ୍ତି ତେବେ ୬୫ ପ୍ରତିଶତ ଲୋକ ତାଙ୍କ ସପକ୍ଷରେ ଭୋଟ ଦେବେ । ଲୋକଙ୍କ କହିବାନୁଯାୟୀ ରାଜନୀତିରେ ନଥାଇ ବି ସେ ଲୋକଙ୍କ ସୁଖ ଓ ଦୁଃଖର ସାଥୀ ହୋଇପାରିଛନ୍ତି । ଏହାସହିତ କିଭଳି ଭାବେ ଲୋକଙ୍କ ମୁହଁରେ ସର୍ବଦା ହସ ଫୁଟାଇବେ ସେନେଇ ଚିନ୍ତାରେ ରହିଥାନ୍ତି । ତେବେ ସେ ରାଜନୀତିକୁ ଆସିଲେ ସମାଜର ଅନେକ ପରିବର୍ତ୍ତନ ହେବ ।
ରିପୋର୍ଟ: ସୀତାଞ୍ଜଳୀ ଜେନା