ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଲେ ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ସୌମ୍ୟରଞ୍ଜନ ପଟ୍ଟନାୟକ । ଖଣ୍ଡପଡା ବିଧାନସଭା ଆସନରୁ ବିଜୟୀ ହେବା ପରେ ସେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । ସୌମ୍ୟରଞ୍ଜନ ତାଙ୍କ ଇସ୍ତଫାପତ୍ର ରାଜ୍ୟସଭା ଅଧ୍ୟକ୍ଷଙ୍କ ପାଖକୁ ପଠାଇ ଦେଇଛନ୍ତି । ତାଙ୍କ ସ୍ଥାନ ଖାଲି ପଡିବା ପରେ କାହାକୁ ରାଜ୍ୟସଭା ପଠାଯିବ ତାଉପରେ ସମସ୍ତଙ୍କ ନଜର ।
ସୂଚନାଯୋଗ୍ୟ,୨୦୧୮ ମସିହା ମାର୍ଚ୍ଚ ୭ତାରିଖରେ ବିଜେଡିରେ ଯୋଗ ଦେଇଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ବିଜେଡି ୧୫ ମାର୍ଚ୍ଚ ୨୦୧୮ରେ ରାଜ୍ୟସଭାକୁ ପଠାଇଥିଲା । ଏପ୍ରିଲ ୪ରେ ଶପଥ ଗ୍ରହଣ କରିଥିଲେ ସୌମ୍ୟରଞ୍ଜନ । ତେବେ ୨୦୧୯ ନିର୍ବାଚନରେ ସେ ଖଣ୍ଡପଡା ଆସନରୁ ନିର୍ବାଚନ ଲଢ଼ିଥିଲେ । ରାଜ୍ୟର ସବୁଠାରୁ ଅଧିକ ଭୋଟରେ ଜିତିଥିଲେ ସୌମ୍ୟ । ନବୀନ ପଟ୍ଟନାୟକଙ୍କଠାରୁ ମଧ୍ୟ ଅଧିକ ଭୋଟରେ ଜିତିଛନ୍ତି । ଲକ୍ଷେରୁ ଅଧିକ ଭୋଟରେ ଜିତିଥିଲେ ସୌମ୍ୟରଞ୍ଜନ । ଖଣ୍ଡପଡା ବିଧାୟକ ହେବା ପରେ ରାଜ୍ୟସଭାରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି ।
୧୯୯୫ ମସିହାରେ ରାଜନୀତିରେ ପାଦ ଦେଇଥିଲେ ସୌମ୍ୟ । ଭୁବନେଶ୍ୱର ଲୋକସଭା ଆସନରୁ ସାଂସଦ ଭାବରେ ବିଜୟ ହୋଇଥିଲେ । ଏହାପରଠାରୁ ସେ ଜୀବନରେ କେବେ ନିର୍ବାଚନରେ ବିଜୟ ହୋଇନାହାଁନ୍ତି । ଖଣଶ୍ଡପଡା ଆସନରୁ ଦୁଇ ଦୁଇ ଥର ନିର୍ବାଚନ ଲଢ଼ି ପରାସ୍ତ ହୋଇଛନ୍ତି । ଥରେ କଂଗ୍ରେସ ଏବଂ ଆଉଥରେ ନିଜ ପାର୍ଟି ଆମ ଓଡିଶାରୁ ନିର୍ବାଚନ ଲଢ଼ିଥିଲେ । ତେବେ ୨୦୧୯ରେ ବିଜେଡି ଟିକେଟ ଏବଂ ସୌମ୍ୟଙ୍କ ପକେଟ ଭୋଟ ପାଇଁ ସେ ବିଜୟୀ ହୋଇଥିଲେ । ରାଜ୍ୟ ରାଜନୀତିର ଜଣେ ପୁରୁଖା ନେତା ହୋଇଥିଲେ ସୁଦ୍ଧା ସୌମ୍ୟ ପ୍ରଥମଥର ଲାଗି ବିଧାନସଭା ମାଟି ମାଡୁଛନ୍ତି ।