ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବିଜେଡି ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ କେଉଁଠୁ ଟିକେଟ ମିଳିବ ତାକୁ ନେଇ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା । ସୌମ୍ୟଙ୍କ ସହ ରାଜ୍ୟସଭାକୁ ମନୋନିତ ହୋଇଥିବା ଅଚ୍ୟୁତ ସାମନ୍ତଙ୍କୁ କନ୍ଧମାଳରେ ବିଜେଡି ଟିକେଟ ଦେବା ପରେ ରାଜନୀତିରେ ଆରମ୍ଭ ହୋଇଛି ନୂଆ ସମୀକରଣ । ଶିକ୍ଷାବିତରୁ ସମାଜସେବା ଏବଂ ପରେ ରାଜନୀତି ମଇଦାନରେ ଏଣ୍ଟ୍ରି କରିଛନ୍ତି ଅଚ୍ୟୁତ । ଯଦି ତାଙ୍କ ଉପରେ ଦଳ ଭରଷା କରି ଟିକେଟ ଦେଇପାରିଲା ତେବେ ସୌମ୍ୟରଞ୍ଜନଙ୍କ ଭଳି ହେବିୱେଟ ନେତା ଟିକେଟ ପାଇବା ସୁନିଶ୍ଚିନ୍ତ ।
ତେବେ ବିଜେଡି ସେମ୍ୟରଞ୍ଜନ ପଟ୍ଟନାୟକଙ୍କୁ ନିଶ୍ଚିନ୍ତ ଟିକେଟ ଦେବ । ରବିବାର ନୟାଗଡରେ ବିଜେଡି ଆରମ୍ଭ କରିଥିବା ପ୍ରଚାର ଅଭିଯାନରେ ସୌମ୍ୟ ମୁଖ୍ୟମନ୍ତ୍ରୀଙ୍କୁ ବହୁତ ପ୍ରଂଶସା କରିଥିଲେ ଏବଂ ନୟାଗଡରେ ହେବିୱେଟ ବିଜେଡି ନେତା ଅରୁଣ ସାହୁ କହିଥିଲେ । ନିଜର ଅଭିଭାଷଣରେ ସେ କହିଥିଲେ କି ଅରୁଣ ହେଉଛନ୍ତି ନବୀନଙ୍କ ଗେହ୍ଲା ପୁଅ । ତାଙ୍କ ପାଇଁ ଭଲ ମିଠା ରଖିଥିଲେ ନବୀନ । ଏହି ପ୍ରଚାର ଅଭିଯାନ ପୂର୍ବରୁ ଦୀର୍ଘଦିନ ହେବ ନୟାଗଡରେ ମୁଖ୍ୟମନ୍ତ୍ରୀ କୌଣସି କାଯ୍ୟକ୍ରମ କରିନଥିଲେ । ଯାହାକୁ ନେଇ ବିଭିନ୍ନ ପ୍ରକାର ଚର୍ଚ୍ଚା ହୋଇଥିଲା ।
ତେବେ ନିର୍ବାଚନର ପ୍ରଥମ ପ୍ରଚାର ଏଠାରୁ ଆରମ୍ଭ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଅରୁଣଙ୍କୁ ବଡ ଉପହାର ଦେଇଛନ୍ତି ବୋଲି ବୁଲେଇ ବଙ୍କେଇ କହିଥିଲେ ସୌମ୍ୟ । ସୂଚନା ଯୋଗ୍ୟ କଂଗ୍ରେସରୁ ବାହାରିବା ପରେ ସୌମ୍ୟ ଆମ ଓଡିଶା ପାର୍ଟୀ ଗଠନ କରି ନୟାଗଡ ଜିଲ୍ଲା ଖଣ୍ଡପଡା ଆସନରୁ ନିର୍ବାଚନ ଲଢ଼ି ପରାଜୟ ହୋଇଥିଲେ । ତେବେ ସେ ଆମ ଓଡିଶାରେ ଥିବା ବେଳେ ନବୀନଙ୍କୁ କଡା ସମାଲୋଚନା କରୁଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ବିଜେଡିରେ ଯୋଗ ଦେଇ ନବୀନଙ୍କୁ ତେଲ ମାରି ରାଜ୍ୟସଭା ଆସନ ହାତେଇଥିଲେ । କିନ୍ତୁ ସେତିକିରେ ମନ ଶାନ୍ତିି ହୋଇନଥିବା ସୌମ୍ୟ ଏବେ ଟିକେଟ ଆଶା କରି ବସିଥିବା ମଧ୍ୟ ଚର୍ଚ୍ଚା ହେଉଛି । ତେବେ ସେ କେଉଁ ଆସନରୁ ଲଢ଼ିବେ ତାହା ସ୍ପଷ୍ଟ ହୋଇନାହିଁ ।