ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଶନିବାର କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ପ୍ରେସ ମିଟ କରି ରାଜ୍ୟ ସରକାରଙ୍କୁ ଘେରିଥିଲେ । ନୀବନଙ୍କୁ ସାମ୍ବାଦିକ ସମୀଳନୀ କରି ବହୁ ପ୍ରଶ୍ନବାଣ ମାରିଥିଲେ ଧମେନ୍ଦ୍ର । ତେବେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶ୍ନର ଜବାବ ରଖି ପାଲଟା ବାଣ ମାରିଛି ବିଜେଡି । ଦଳ ପକ୍ଷରୁ ଏକ ସାମ୍ବାଦିକ ସମୀଳନୀ କରି ଧମେନ୍ଦ୍ରଙ୍କୁ ଟାର୍ଗେଟ କରାଯାଇଛି । ଦଳର ମୁଖପାତ୍ର ସସ୍ମିତ ପାତ୍ର ଧମେନ୍ଦ୍ରଙ୍କୁ ଟାର୍ଗେଟ କରିଛନ୍ତି । ସେ ନୀବନ ସରକାରଙ୍କ ବିକାଶର ତାଲିକା ବିଷୟରେ ବର୍ଣ୍ଣନା କରିଛନ୍ତି । କାରଣ ସକାଳୁ ଧମେନ୍ଦ୍ର ପଶ୍ନ କରିଥିଲେ କି ଓଡିଶାରେ ୧୯ ବର୍ଷ ବିଜେଡି ସରକାରରେ ରାଜ୍ୟରେ କଣ ବିକାଶ ହୋଇଛି ।
ଧମେନ୍ଦ୍ର କରିଥିବା ପ୍ରଶ୍ନକୁ ଓଲଟାଇ ତେରେଛା ବାଣ ମାରିଛନ୍ତି ସସି୍ମତ ପାତ୍ର । ସେ କହିଛନ୍ତି କି ବିଜେପି ଶାସିତ ରାଜ୍ୟ ଆଜି ମଧ୍ୟ ଗରୀବି ସୀମାରେଖା ତଳେ ରହିଛି । ଏମିତିକି ଗୁଜୁରାଟର ବିକାଶ ମଡେଲକୁ ନେଇ ପ୍ରଶ୍ନ କରିଛି ବିଜେଡି । ଓଡିଶ।।ରେ ୧୯ ବର୍ଷ ମଧ୍ୟରେ ବହୁତ କିଛି ବିକାଶ ହୋଇଛି । ରାଜ୍ୟରେ ଗରୀବି ଦୂରିକରଣ ହେବା ସହିତ ବହୁ ବିକାଶ ମୂଳକ ଯୋଜନା କରାଯାଇଛି । କାଳିଆ ଯୋଜନ.ବିଜୁ ପକ୍କାଘର ଭଳି ବହୁ ଯୋଜନା କରିଛନ୍ତି ରାଜ୍ୟ ସରକାର । ଏଭଳି ଭାବରେ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନତି ମୂଳକ ଯୋଜନାର ତାଲିକା ଦେଖାଇ ଧମେନ୍ଦ୍ରଙ୍କ ପ୍ରଶ୍ନର ଜବାବ ରଖିଛି ବିଜେଡି ।
ସାମ୍ବାଦିକ ସମୀଳନୀରେ ଡବଲ ଇଞ୍ଜିନ କଥା ମଧ୍ୟ ଉଠାଇଛି ବିଜେଡି । ରାଜ୍ୟରେ ସିଙ୍ଗିଲ ଇଞ୍ଜିନ ବହୁତ କିଛି ଉନ୍ନତି କରିଛି । କେନ୍ଦ୍ର ତୁଳନାରେ ରାଜ୍ୟରେ ବହୁ ବିକାଶ ହୋଇଛି । ରାଜ୍ୟରେ ନିଯୁକ୍ତିଠାରୁ ଆରମ୍ଭ କରି ସ୍ୱଂୟ ସହାୟକ ଗୋଷ୍ଠୀଙ୍କୁ ମିଳିଛି ସାହାର୍ଯ୍ୟ । ଯାହାକି କେନ୍ଦ ସରକାର କରିପପାରି ନାହାଁନ୍ତି । ଆହୁରି ମଧ୍ୟ ଆୟୁଷମାନ ଯୋଜନା କଥା ଉଠାଇଛି ବିଜେଡି । ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅଧିକ ରୋଗୀ ଲାଭ ପାଉଛନ୍ତି । ଆୟୁଷମାନ ଯୋଜନାଠାରୁ ବହୁ ଗୁଣରେ ଭଲ ବିଜୁ ସ୍ୱାସ୍ଥ୍ୟ ଯୋଜନା । ଏଭଳି ମତ ରଖିଛି ବିଜେଡି ।