ଭୁବନେଶ୍ୱର (ଏଟିଆର ବ୍ୟୁରୋ); କଂଗ୍ରେସରୁ ତଡା ଖାଇବା ପରେ ଦଳ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ଚଳିତ ନିର୍ବାଚନରେ ସେ କଂଗ୍ରେସକୁ ହରାଇବା ପାଇଁ ପ୍ରଚାର ଆରମ୍ଭ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କେନ୍ଦ୍ରରେ କିମ୍ବା ରାଜ୍ୟରେ କଂଗ୍ରେସ ସରକାର ଗଢ଼ିବ ପାରିବ ନାହିଁ । କାରଣ କଂଗ୍ରେସ ହେଉଛି ଖଣି ମାଫିଆଙ୍କ ଦଳ । ଲୋକଙ୍କ ଭରଷା ଏବଂ ବିଶ୍ୱାସ ଦଳ ଉପରୁ ଉଠିଗଲାଣି । ଏଭଳି ବହୁ ମନ୍ତବ୍ୟ କଂଗ୍ରେସ ବିରୋଧରେ ପ୍ରକାଶ କରିଛନ୍ତି ଶ୍ରୀ ଜେନା ।
୨୦୦୯ ନିର୍ବାଚନରେ ଶ୍ରକାନ୍ତ ଜେନା ବାଲେଶ୍ୱରରେ ବିଜୟ ହୋଇଥିଲେ । ଏବଂ ସେ କଂଗ୍ରେସ ଦଳରେ ଜଣେ ସକ୍ର୍ରିୟ କର୍ମୀ ଭାବରେ କାମ କରି ଆସୁଥିଲେ । କିନ୍ତୁ କିଛିଦିନ ହେବ ସେ ଦଳ ବିରୋଧରେ ମନ୍ତବ୍ୟ ଦେଉଥିବାରୁ କଂଗ୍ରେସରୁ ତାଙ୍କୁ ତଡା ଖାଇବା ପାଇଁ ପଡିଥିଲା । ଦଳରୁ ବହିଷ୍କାର ହେବା ପରେ ସେ ଅନ୍ୟ କୌଣସି ଦଳରେ ଯୋଗ ଦେଇନାହାଁନ୍ତି । ଏବେ ସେ ସୁଚନା ଦେଇଛନ୍ତି କି କୌଣସି ଦଳରେ ଯୋଗ ଦେବେ ନାହିଁ କି ନିର୍ବାଚନ ଲଢ଼ିବେ ନାହିଁ । ସ୍ୱାଧୀନ ଭାବରେ କଂଗ୍ରେସକୁ ବିରୋଧ କରିବି । ତେବେ ଆଗାମୀ ଦିନରେ କଂଗ୍ରେସର ଅବସ୍ଥା କଣ ହେବ ତାଉପରେ ସମସ୍ତଙ୍କ ନଜର ।