ଭୁବନେଶ୍ୱର(ଏଟିଆରବ୍ୟୁରୋ): ପାଖରେ ରହିଛି ସଂଘାତିକ ପ୍ରମାଣ । ଖୁଲାସା କଲେ ମୁହଁ ଦେଖାଇବାକୁ ଲାଜ ଲାଗିବ । କଂଗ୍ରେସରୁ ବାହାର କରାଯିବା ପରେ ରାହୁଲ ଗାନ୍ଧିଙ୍କୁ ସିଧା ଟାର୍ଗେଟ କରି ଏମିତି ବିଷ ଓଗାଳିଛନ୍ତି ଶ୍ରୀକାନ୍ତ ଜେନା । କେବଳ ଏତିକି ନୁହେଁ ଆସନ୍ତା ୨୫ରେ ରାହୁଲଙ୍କ ପୂରା ଭାଣ୍ଡାଫୋଡ କରିବେ ବୋଲି ଆଜି ଏକ ପ୍ରେସମିଟରେ ସେ ସୂଚନା ଦେଇଛନ୍ତି । ସବୁଠୁ ବଡ଼ କଥା ହେଉଛି ଆସନ୍ତା ୨୫ରେ ରାହୁଲ ଓଡିଶା ଆସୁଛନ୍ତି ।
ଠିକ୍ ସେହି ଦିନ ରାହୁଲଙ୍କ ମୁଖା ଖୋଲିବା କଥା ଶ୍ରୀକାନ୍ତ କହିବା ନିହାତି ଭାବେ ମନ ଭିତରେ ଲାଗିଥିବା ଅସନ୍ତୋଷର ନିଆଁକୁ ପଦାରେ ପକାଇଛି । ସେପଟେ ଶ୍ରୀକାନ୍ତଙ୍କ ଏଭଳି କଥାକୁ ନେଇ ରାଜନୀତି ମଧ୍ୟ ବେଶ ସରଗରମ ହୋଇଛି । ପ୍ରଶ୍ନ ଉଠିଛି ଶ୍ରୀକାନ୍ତ ଏମିତି କେଉଁ ଗୁମର ଫିଟାଇବେ? ଯେଉଁଥିରେ ରାହୁଲ ମୁହଁ ଦେଖାଇପାରିବେନି ? କାହିଁ ଏମିତି ନୁହେଁ ତ’ ରାହୁଲଙ୍କର କିଛି ଭିତିରି ତଥ୍ୟ ଶ୍ରୀକାନ୍ତଙ୍କ ପାଖରେ ରହିଛି? ତେବେ ସେ ଯାହା ବି ହେଉ ୨୫ରେ ହିଁ ଏହି କଥାର କେତେ ଦମ ତାହା ଜଣାପଡିବ ।
ସେପଟେ କଂଗ୍ରେସରୁ ବାହାରିବା ପୂର୍ବରୁ ଅର୍ଥାତ୍ ଡିସେମ୍ବର ୯ତାରିଖରେ ରାହୁଲଙ୍କୁ ଚିଠି ଲେଖିଥିଲେ ଶ୍ରୀକାନ୍ତ । ଯେଉଁଥିରେ ରାହୁଲ ଲୋକଙ୍କ ପାଖରେ ନା’ ଖଣି ମାଫିଆଙ୍କ ପାଖରେ ରହିବେ ବୋଲି ଉଲ୍ଲେଖ କରିଥିଲେ । ଖାସ ଏଥିପାଇଁ ତାଙ୍କୁ ଦଳରୁ କଡ଼ା ଯାଇଛି ବୋଲି ପରୋକ୍ଷରେ ଇଙ୍ଗିତ କରିବା ସହ ତାଙ୍କୁ ଦଳରୁ ବହିଷ୍କାର କରାଯିବା ଘଟଣା ହିଁ ରାହୁଲ ଖଣି ମାଫିଆଙ୍କ ସହ ହାତ ମିଳାଇଥିବା ଶ୍ରୀକାନ୍ତ ଜଣାଇଛନ୍ତି । ଓଡିଶାରେ ବରଂ ଗରୀବ ଚାଲୁ ଲୋକେ ବେକାର ରୁହନ୍ତୁ । ହେଲେ ରାଜ୍ୟରେ ପଟ୍ଟନାୟକ ଶାସନ ଚାଲୁ । ଏଥିପାଇଁ ଏକ ମହା ଗଠବନ୍ଧନ ହୋଇଛି । ତେଣୁ ନବୀନଙ୍କ ପାଖରେ ରାହୁଲ ସରେଣ୍ଡର କରିଥିବା ଶ୍ରୀକାନ୍ତ ଗଣମାଧ୍ୟମରେ କହିଛନ୍ତି ।