ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦେଶରେ ଏବେ ମହିଳା ସଂରକ୍ଷଣ ବିଲ୍ କୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଓଡିଶା ବିଧାନସଭାର ବାଚସ୍ପତି ଆସନରେ ଜଣେ ମହିଳାଙ୍କୁ ବସାଇବା ନେଇ ବିଜେଡି ଦଳ ନିଷ୍ପତି ନେଇଛି । ମହିଳାଙ୍କୁ ଫୋକସ କରି ବିଜେଡି ଦଳ ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ପ୍ରାର୍ଥୀ ଭାବେ ଘୋଷଣା କରିଛି । ଆସନ୍ତା ୨୨ ତାରିଖରେ ହେବ ବାଚସ୍ପତି ନିର୍ବାଚନ । ଏହାସହିତ ପ୍ରଥମ ଥର ପାଇଁ ରାଜ୍ୟରେ ଜଣେ ମହିଳା ବିଧାନସଭା ବାଚସ୍ପତି ହେବେ । ଗୁରୁବାର ବାଚସ୍ପତି ପଦ ପାଇଁ ନାମାଙ୍କନ ଦାଖଲ କରିବେ ପ୍ରମିଳା ।
ପ୍ରମିଳାଙ୍କ ନାଁ ବାଚସ୍ପତି ପଦବୀ ପାଇଁ ଘୋଷଣା ହେବା ପରେ ଖୁସୀ ବ୍ୟକ୍ତ କରିଛନ୍ତି ପ୍ରମିଳା । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି ।
ସୁଚନାମୁତାବକ, ଗତ ମେ ମାସ ୧୨ ତାରିଖରେ ବାଚସ୍ପତି ପଦରୁ ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେବା ପରେ ସେବେଠୁ ବାଚସ୍ପତି ଆସନ ଖାଲି ରହିଛି ।