ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଦଳୀୟ କର୍ମୀଙ୍କ ପାଇଁ ପ୍ରଚାର କରିବା ପାଇଁ ଆସୁଛନ୍ତି । ବ୍ରହ୍ମପୁର ବିବେକ ବିହାର ସଭାସ୍ଥଳରେ ନିର୍ବାଚନୀ ସଭାରେ ଯୋଗଦେବେ ଯୋଗୀ । ଏହି ସମାବେଶରେ ବୈଜୟନ୍ତ ପଣ୍ଡା, ଦାମୋଦର ରାଉତ ଯୋଗଦେବାର କାର୍ୟ୍ୟକ୍ରମ ରହିଛି । ଏଥିରେ ପାଖାପାଖି ୫୦ହଜାର ଜନସମାଗମ ହେବାର ବିଜେପି ପକ୍ଷରୁ ପ୍ରେସମିଟରେ ସୂଚନା ଦିଆଯାଇଛି ।
ଓଡିଶାରେ ମିଶନ ୧୨୦ ପ୍ଲସକୁ ସଫଳ କରିବା ପାଇଁ ଓଡିଶାକୁ ଗୋଟିଏ ପରେ ଗୋଟିଏ ଷ୍ଟାର ପ୍ରଚାରକୁ ଆଗମନ ହେଉଛି । ମୋଦିଙ୍କ ପରେ ଏବେ ଯୋଗୀଙ୍କ ପାଳି । ପ୍ରଧାନମନ୍ତ୍ରୀ ମୋଦି ଜୟପୁରର ନିର୍ବାଚନ ପ୍ରଚାର ଆରମ୍ଭ କରିଥିବା ବେଳେ ଏବେ ଆସିବେ ଯୋଗୀ । ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବା ସହ ଲୋକଙ୍କ ନିକଟରେ କେନ୍ଦ୍ର ସରକାରଙ୍କ ସଫଳତା ଓ ରାଜ୍ୟ ସରକାରଙ୍କ ବିଫଳତା ଗାଥା ବଖାଣିବା ଯୋଗୀ ।ପୂର୍ବରୁ ଯୋଗୀ ଓଡିଶା ଗସ୍ତରେ ଆସି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ତେବେ ଆଜିର ପ୍ରଚାର ଅଭିଯାନରେ କଣ କହିବେ ତାଉପରେ ସମସ୍ତଙ୍କ ନଜର ।
କେନ୍ଦ୍ରୀୟ ନେତାଙ୍କ ଫୋକସରେ ରହିଛି ଓଡିଶା । ବିଜେପିର ବହୁ ତୁଙ୍ଗ ନେତା ନିୟମିତ ଭାବରେ ଓଡିଶା ଗସ୍ତରେ ଆସୁଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏବଂ ମୋଦି ଓଡିଶା ଗସ୍ତରେ ଆସୁଛନ୍ତି । ଆଗାମି ଦୁଇ ଦିନ ମଧ୍ୟରେ ଅମିତ ଶାହା ପୁଣିଥରେ ଓଡିଶା ଆସିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବାରମ୍ବାର କେନ୍ଦ୍ରୀୟ ନେତାଙ୍କ ଆଗମନ ଓଡିଶା ରାଜନୀତି ଉପରେ ପ୍ରଭାବ ପକାଇପାରେ ବୋଲି ଚର୍ଚ୍ଚା ହେଉଛି ।