ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଓଡିଶାକୁ ପୁଣିଥରେ ପଛକୁ ନେଇଗଲା ବାତ୍ୟା । ବହୁ ଲୋକଙ୍କ ଧନ ଜୀବନ ନଷ୍ଟ କରିଦେଲା ‘ଫୋନି’ । ରାଜ୍ୟରେ ୧୪ଟି ଜିଲ୍ଲାରରେ ପଡିଛି ବାତ୍ୟାର ପ୍ରଭାବ । ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲାରେ ଏହାର ପ୍ରଭାବ ସବୁଠାରୁ ଅଧିକ ପଡିଛି । ତେବେ ବାତ୍ୟା ପରେ ଲୋକଙ୍କ ପାଖରେ ପହଁଞ୍ଚି ସାନ୍ତ୍ୱନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ । ପୁରୀ ଜିଲ୍ଲାର ନିମାପଡା,ଗୋପ,ବ୍ରହ୍ମଗିରି,କୋଣାର୍କ ଏବଂ କୃଷ୍ଣପ୍ରସାଦ ଆଦି ସ୍ଥାନରେ ବିପଣ୍ଣ ଲୋକଙ୍କ ପାଖରେ ପହଁଞ୍ଚି ସେମାନଙ୍କୁ ଦଃୁଖ ବୁଝିଛନ୍ତି ଧମେନ୍ଦ୍ର ।
ବାତ୍ୟା ପ୍ରଭାବରେ ଯଦିଓ ବହୁ କ୍ଷତି ହୋଇଛି । ତଥାପି ଆପଣମାନେ ଧର୍ଯ୍ୟ ଧରନ୍ତୁ ବୋଲି କହିଛନ୍ତି ଧମେନ୍ଦ୍ର । କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ କିଛି ସୁବିଧା କରାଯାଇଛି । ଅପରପକ୍ଷରେ ରାଜ୍ୟରେ ଯଦିଓ ବହୁତ କିଛି କ୍ଷତି ହୋଇଛି ତେବେ ଯୁଦ୍ଧ କାଳିନ ଭିତ୍ତିରେ ପୁଣିଥରେ ଗଢ଼ି ଉଠିବ ଓଡିଶା । ଏଭଳି କହି ଲୋକଙ୍କୁ ବୁଝାଇବା ସହିତ ଘର ଘର ବୁଲି ସାନ୍ତ୍ୱନା ଦେଇଛନ୍ତି ଧମେନ୍ଦ୍ର । ମତ୍ସ୍ୟଜୀବୀଙ୍କ ପାଖରେ ମଧ୍ୟ ପହଁଞ୍ଚି ସେମାନଙ୍କ କଥା ଶୁଣିଛନ୍ତି କେନ୍ଦ୍ରମନ୍ତ୍ରୀ । ବାତ୍ୟା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଓଡିଶା ଗସ୍ତରେ ଆସିଥିଲେ ।