ଭୁବନେଶ୍ୱର (ଏଟିଆର ବ୍ୟୁରୋ); ନିକଟରେ ବିଜେପି ରାଜ୍ୟସଭା ପାଇଁ ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ ବିଡେଡି ତାଙ୍କୁ ସମର୍ଥନ କରିଛି । ଯାହାକି ଅଧିକାଂଶ ନେତା ଏବଂ ଜନତାଙ୍କର ହଜମ ହେଉନାହିଁ । ବିଜେପି ଏବଂ ବିଜେଡି ମଧ୍ୟରେ ଗୁପ୍ତ ସମ୍ପର୍କ ରହିଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । କଂଗ୍ରେସ ଉଭୟ ଦଳକୁ ସମାଲୋଚନା କରୁଛି । ତେବେ ଏହି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି କି ବିଜେପି ଏବଂ ବିଜେଡି ମଧ୍ୟରେ କୌଣସି ଗୁପ୍ତ ସମ୍ପର୍କ ନାହିଁ । ଏହା ହେଉଛି ଖୋଲା ବୁଝାବଣା । ରାଜ୍ୟର ସ୍ୱାର୍ଥ ପାଇଁ ତାଙ୍କୁ ରାଜ୍ୟସଭା ପଠାଯାଉଛି । ଅଶ୍ୱିନୀ ରାଜ୍ୟସଭା ଗଲେ ଓଡିଶା ପାଇଁ ଲାଭଦାୟକ ବୋଲି କହିଛନ୍ତି ଧମେନ୍ଦ୍ର । ତେବେ ଅଶ୍ୱିନୀଙ୍କୁ ରାଜ୍ୟସଭା ପଠାଇବା ପାଇଁ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଖୋଲାଖୋଲି ଆଲୋଚନା ହୋଇଛି ।
ବିଜେପି ଏବଂ ବିଜେଡି ଉଭୟଙ୍କୁ ସମାଲୋଚନା କରିଛି କଂଗ୍ରେସ । ଗତକାଲି କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଦୁଇ ଦଳକୁ କଡା ଭାଷାରେ ସମାଲୋଚନା କରିଛି କଂଗ୍ରେସ । ତେବେ ସୋସିଆଲ ମିଡିଆରେ ଜନ ସାଧାରଣ ମଧ୍ୟ ବିଭିନ୍ନ ପ୍ରକାର ସମାଲୋଚନା କରୁଛନ୍ତି । ରାଜ୍ୟର ବହୁ ନେତା ମନ୍ତ୍ରୀ ଚିଟ ଫଣ୍ଡ ମାମଲାରେ ଫସିକି ଅଛନ୍ତି । ଏଣୁ ଏହି ଭୟରେ ବିଜେପି କଥାକୁ ମାନିବାକୁ ବାଧ୍ୟ ହୋଇଛି ବିଜେଡି । ତେବେ ଏସବୁକୁ ଖଣ୍ଡନ କରିଛନ୍ତି ଧମେନ୍ଦ୍ର ।