ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ସମୟ ନିର୍ଘଣ୍ଟ ହୋଇଛି । ତେବେ କେଉଁଠି କେତେବେଳେ ଭୋଟ ଆସନ୍ତୁ ଜାଣିବା । ପ୍ରଥମ ପର୍ଯ୍ୟାୟରେ ଓଡିଶାର ୪ ଲୋକସଭା ଓ ୨୮ ବଧାନସଭା ଆସନରେ ମତଦାନ ହେବ ।
ନୂଆପଡା ନିର୍ବାଚନମଣ୍ଡଳୀର ୩୯ ଟି ପୋଲିଂ ଷ୍ଟେସନରେ ୭ ଟାରୁ ୪ ଟା ଏବଂ ନୂଆପଡା ନିର୍ବାଚନମଣ୍ଡଳୀର ଅନ୍ୟ ପୋଲିଂ ଷ୍ଟେସନରେ ୭ ଟାରୁ ୫ ମଧ୍ୟରେ ହେବ ମତଦାନ । ଖଡିଆଳ ନିର୍ବାଚନ ମଣ୍ଡଳୀର ୨୯ଟି ପୋଲିଂ ଷ୍ଟେସନରେ ୭ ଟାରୁ ୪ଟା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ଅନ୍ୟ ପୋଲିଂ ଷ୍ଟେସନରେ ୭ ଟାରୁ ୫ଟା ମଧ୍ୟରେ ଭୋଟ ଗ୍ରହଣ କରାଯିବ ।
ସେହିପରି ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀରେ ୭ଟାରୁ ୪ଟା ମଧ୍ୟରେ ମତଦାନ ହେବାକୁ ଥିବା ବେଳେ ଜୁନାଗଡ ନିର୍ବାଚନ ମଣ୍ଡଳୀରେ ୭ଟା ୫ ୫ଟା, ଧର୍ମଗଡ ନିର୍ବାଚନ ମଣ୍ଡଳୀରେ ୭ଟାରୁ ୫ଟା, ଭବାନୀପାଟଣାରେ ୭ ଟାରୁ ୫ଟା, ନର୍ଲାରେ ୧୯ଟି ପୋଲିଂ ଷ୍ଟେସନରେ ୭ଟାରୁ ୪ଟା ଓ ନର୍ଲାର ଅନ୍ୟ ପୋଲିଂ ଷ୍ଟେସନରେ ୭ ଟାରୁ ୫ଟା ଭୋଟ ଗ୍ରହଣ କରାଯିବ ।