କେନ୍ଦ୍ରାପଡା ( ଏଟିଆର ବ୍ୟୁରୋ): ନିର୍ବାଚନ ଡ୍ୟୁଟିରେ ଥିବା କର୍ମଚାରୀଙ୍କୁ ପୋଷ୍ଟାଲ ବାଲାଟ ନ ମିଳିବାରୁ କାର୍ଯ୍ୟରତ କର୍ମଚାରୀ ଧାରଣା ଦେଇଛନ୍ତି । ସୂଚନାଯୋଗ୍ୟ ଯେ ନିର୍ବାଚନ ଡ୍ୟୁଟିରେ ଥିବା କର୍ମଚାରୀ ସେମାନଙ୍କ ମତ ଦେବା ପାଇ ପୋଷ୍ଟାଲ ବାଲାଟ ପେପରର ସୁବିଧା ରହିଥାଏ । ତେବେ କେନ୍ଦ୍ରାପଡାକୁ କାର୍ଯ୍ୟରେ ଯାଇଥିବା କର୍ମଚାରୀଙ୍କୁ ଇଭିଏମ ଦିଆଯାଉଥିବା କେନ୍ଦ୍ରରେ ସେମାନଙ୍କୁ ପୋଷ୍ଟାଲ ବାଲାଟ ପେପର ଦିଆନଯିବାରୁ ସେ ଧାରଣାରେ ବସିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି କି ଇଭିଏମ ମେସିନ ନେଲାବେଳେ ସେମାନେ ଏହି ପୋଷ୍ଟାଲ ବାଲାଟ ମାଗିଥିଲେ ।
କିନ୍ତୁ ସେଠାରେ ତାଙ୍କୁ ବାଲାଟ ପେପର ମାଗିବାରୁ ଗାଳି ହୋଇଥିବା ଅଭିଯୋଗ ହୋଇଛି । ଏହି ବାବଦରେ ନୋଡାଲ ସେଣ୍ଟର ଅଧିକାରୀ କହିଛନ୍ତି ଯେ ଏଥିପାଇଁ ୭ ଦିନ ପୂର୍ବରୁ ରିଟର୍ଣ୍ଣି ଅଫିସରଙ୍କ ପାଖରେ ଆବେଦନ କରିବାକୁ ପଡିଥାଏ । ତେବେ ରିଟର୍ଣ୍ଣି ଅଫିସରଙ୍କ ଠାରୁୂ ଏହି ପୋଷ୍ଟାଲ ବାଲାଟ ମିଳିନାହିଁ ବୋଲି ସେ ପ୍ରତିକ୍ରୟିୟାରେ କହିଛନ୍ତି । ତେବେ ଏନେଇ ଧାରଣାରେ ବସିଥିବା କର୍ମଚାରୀ କହୁଚନ୍ତି ସେମାନେ ସରକାରଙ୍କ ପାଇଁ କାମ କରୁଛନ୍ତି । ଆମକୁ ଏଥିରେ ନିୟୋଜିତ କରାଯାଇଛି ମାତ୍ର ଆମ ନିଜସ୍ୱ ମତଦାନ କରିବାକୁ ସୁଯୋଗ ଦିଆଯାଉନାହିଁ ବୋଲି ଅଭିଯୋଗ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ,ଜାଣି ଶୁଣି ଆମକୁ ଏଥିରୁ ବଞ୍ଚିତ କରାଯାଉଛି । ଆମେ ସରକାରଙ୍କୁ କହୁଛୁ ଆମ ମୌଳିକ ଅଧିକାରରୁ ଆମକୁ ବଞ୍ଚିତ ନ କରି ମତଦାନ ଦେବାର ସୁଯୋଗ ଦିଆଯାଉ ।