ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଦେଶରେ ଗତ ୧ ତାରିଖ ଠାରୁ ଲାଗୁ ହୋଇଛି ନୂଆ ଟ୍ରାଫିକ ନିୟମ । ଯାହାକୁ ନେଇ ଏବେ ସାରା ଦେଶରେ ହଇଚଇ । ଟ୍ରାଫିକ ନୂଆ ନିୟମକୁ ନେଇ ଏବେ ଗାଡି ଚାଳକ ମଧ୍ୟ ଆଶଙ୍କାରେ । କିଏ ଜାଣେ କେତେ ବେଳେ ଲାଗି ଯିବ ଫାଇନ । ଛକକୁ ଛକ ଚେକିଂ । ହେଲମେଟ ଠାରୁ ଆରମ୍ଭ କରି ଗାଡି କାଗଜ ପତ୍ର ସବୁଥିରେ କଡାକଡି ନିୟମ । ଖସିବାର ପ୍ରଶ୍ନ ଉଠୁନି ।
ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଚେକିଂ କଡା କଡି ହୋଇଛି । ହେଲମେଟ, ଗାଡି ରେଡିଷ୍ଟ୍ରେସନ, ପଲ୍ୟୁସନ, ଇନସୁରାନ୍ସ ଓ ଡ୍ରାଇଭିଙ୍ଗ ଲାଇସେନ୍ସ କଡକଡି ଚେକିଂ କରାଯାଉଛି । ତେବେ ସାଧାରଣ ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ପଲ୍ୟୁସନ କୁ ମାସେ ପର୍ଯ୍ୟନ୍ତ କୋହଳ କରାଯାଇଛି । ଏନେଇ ପରିବହନ ସଚିବ ଜି. ଶ୍ରୀନିବାସନ ସୂଚନା ଦେଇଛନ୍ତି । ବିଭାଗୀୟ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି ପରିବହନ ସଚିବ ଶ୍ରୀନିବାସନ ।
ଆଜି ଠାରୁ ମାସେ ପର୍ଯ୍ୟନ୍ତ ପଲ୍ୟୁସନ ଚେକିଂରେ କୋହଳ କରାଯାଇଛି । ସେହିଭଳି ଲାଇସେନ୍ସ ପାଇଁ ୧୭ ଟି ସ୍ଥାନରେ ଅନଲାଇନ ଡ୍ରାଇଭିଙ୍ଗ ଟେଷ୍ଟ ହେବା ପାଇଁ ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ଯଦି ଚାଲାଣ କଟାଯିବା ପରେ ଚାଳକ ସମସ୍ତ କାଗଜପତ୍ର ଦାଖଲ କରନ୍ତି ତେବେ ଆଉ ଫାଇନ ଭରିବାକୁ ପଡିବ ନାହିଁ ।