ପୁରୀ ( ଏଟିଆର ବ୍ୟୁରୋ) ; ପୁଣି ଜଗନ୍ନାଥ ମନ୍ଦିର ଭିତରକୁ ଗଲା କ୍ୟାମେରା ମୋବାଇଲ । ଖାଲି ଗଲା ନାହିଁ ସେଠାରେ ପଇତା ତିଆରି ହେଉଥିବା ସମୟର ଫଟୋ ବି ଉଠିଲା । ସୋଶାଲ ମିଡିଆରେ ଜଣେ ସେବାୟତ ଏହି ଫଟୋ ଉଠାଇଥିବା ଦେଖା ଯାଇଛି । କଥା ଉଠୁଛି ପ୍ରଶାସନ ପକ୍ଷରୁ ଏତେ କଡା ଯାଞ୍ଚ ବ୍ୟବସ୍ଥା ହୋଇଥିଲେ ମଧ୍ୟ କିଭଳି ମନ୍ଦିର ଭିତରକୁ କ୍ୟାମେରା ଫୋନ ଗଲା ?
ବିଗତ ଦିନ ମାନଙ୍କରେ ଏମିତି ଅନେକ ଘଟଣା ସାମ୍ନାକୁ ଆସିଥିଲେ ମଧ୍ୟ କାହିଁକି ପ୍ରଶାସନ ଗ୍ରହଣ କରୁଛି କୋହଳ ନୀତି । ତେବେ ଘଟଣା ସଂପର୍କରେ ଜଣା ପଡିବା ପରେ ସଂମ୍ପୃକ୍ତ ପାଟରା ସେବାୟତଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ ବିଗତ ଦିନରେ ମଧ୍ୟ ଶ୍ରୀ ମନ୍ଦିର ଭିତରର କିଛି ଫଟୋ ଜଣେ ମହିଳା ତାଙ୍କ ଫେସ ବୁକ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ଯାହାକୁ ନେଇ ସେତେବେଳେ ଚର୍ଚ୍ଚା ଜୋର ଧରିଥିଲା । ତେବେ ପୁଣି ଖୋଦ ପାଟରା ସେବାୟତ ଏମିତି ଫଟୋ ଉଠାଇ ଥିବା ନଜର ଆସିଛି । ତେବେ କଥା ଉଠୁଛି ଏତେ ସବୁ ଘଟଣା ପରେ ମଧ୍ୟ କାହିଁକି ଚେତୁ ନାହାନ୍ତି ସେବାୟତ ଯାହା ଏବେ ସମସ୍ତଙ୍କ ପାଇଁ ଏକ ବଡ ପ୍ରଶ୍ନ ପାଲଟିଛି ।