ପୁରୀ (ଏଟିଆର ବ୍ୟୁରୋ); ରାଜାଧିବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୂ । ସୋମବାର ପୌଷ ପୂର୍ଣ୍ଣିମା ନୀତି ଅନୁଯାୟୀ ମହାପ୍ରଭୂଙ୍କୁ ସୁନାବେଶରେ ସଜାଯିବ । ନୀତି ଅନୁଯାୟୀ ଆଜିର ଦିନରେ ଶ୍ରୀରାମଚନ୍ଦ୍ରଙ୍କର ରାଜାଭିଶେକ ହୋଇଥିଲା । ଏଣୁ ସେହି ନୀତି ଅନୁଯାୟୀ ଆଜି ମହାପ୍ରଭୂଙ୍କୁ ସୁନାବେଶରେ ସଜାଇବେ ସେବକ । ତେବେ ମହାପ୍ରଭୂ ବର୍ଷକେ ୫ଥର ସୁନାବେଶ ଧାରଣ କରିଥାନ୍ତି । ସେଥି ମଧ୍ୟରୁ ପୌଷ ପୂର୍ଣ୍ଣିମା ସୁନାବେଶ ଅନ୍ୟତମ ।
ମହାପ୍ରଭୂଙ୍କ ସୁନାବେଶ ଦେଖିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ଏଣୁ ଏହାକୁ ନଜରରେ ରଖି କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ଏବଂ ପୋଲିସ ମୃତୟନ ଅଛନ୍ତି । ଯେପରି ସମସ୍ତ ଭକ୍ତ ମହାପ୍ରଭୂଙ୍କ ଦର୍ଶନ କରିପାରିବେ ସେ ନେଇ ଦୃଷ୍ଟି ଦେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବିଗତ ଦିନରେ ମନ୍ଦିରରେ ବହୁ ବିଭ୍ରାଟ ହୋଇଥିଲା । ସେ ଧାଡି ଦର୍ଶନ ହେଉ ବା ନୀତିକାନ୍ତିରେ ବିଳମ୍ବ । ଯାହାକୁ ନେଇ ଭକ୍ତ ଅସନ୍ତୋଷ ହୋଇଥିଲେ । ଏଣୁ ଏହାକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।