ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ବାତ୍ୟା ଫନିକୁ ଦୃଷ୍ଟିରେ ରଖି ଶକ୍ତ ବିଭାଗ ତାର କର୍ମଚାରୀ ମାନଙ୍କ ଛୁଟି ବାତିଲ କରିଛି । କିଭଳି ବାତ୍ୟା ପରେ ପ୍ରଭାବିତ ବିଦ୍ୟୁତ ସରବରାହାକୁ ଖୁବ ଶିଘ୍ର କାର୍ଯ୍ୟକ୍ଷମ କରାଯାଇ ପାରିବ ତାକୁ ନେଇ ଶକ୍ତି ବିଭାଗର ଉଚ୍ଚପଦସ୍ଥ ଅଧିକାରୀଙ୍କ ସହିତ ଆଲୋଚନା ବୈଠକ ହୋଇଛି । ଫନିରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ମାନଙ୍କରେ ଯନ୍ତ୍ରୀ ମାନଙ୍କୁ ସତର୍କ ରହିବାକୁ କୁହାଯାଇଛି । ସେହିଭଳି ସମସ୍ତ ବିଦ୍ୟୁତ ସଂରଞ୍ଜାମ ମହଜୁଦ ରଖିବା ପାଇଁ ମଧ୍ୟ ନିର୍ଦେଶ ହୋଇଛି । ସମସ୍ତ ଡିଭିଜିନାଲ କଣ୍ଟ୍ରୋଲ ରୁମରେ ୨୪ ଘଣ୍ଟିଆ କରାଯାଇଛି ।
ଯାହା ଭୁବନେଶ୍ୱର ସହିତ ଯୋଗାଯୋଗରେ ରହିବ । ଏନେଇ ଶକ୍ତି ଶଚିବ ହେମନ୍ତ ଶର୍ମା ବୈଠକ ଡାକି ଆଲୋଚନା କରିଛନ୍ତି । ତାମିଲନାଡୁ ମୁହାଁ ଫନି ଏବେ ଓଡିଶା ମୁହାଁ ହୋଇଥିବାରୁ ଏହାର ପ୍ରଭାବ ଓଡିଶାରେ ପଡିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେହଭଳି ଫନି ପୁରୀର କୃଷ୍ଣପ୍ରସାଦରେ ସ୍ଥଳଭାଗ ଛୁଇଁବା ଆଶଙ୍କା କରାଯାଇଛି ।
ଯାହାର ସିଧା ପ୍ରଭାବ ଓଡିଶାର ୧୧ଟି ସମୁଦ୍ର ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ପଡିବ ବୋଲି ଆଶଙ୍କା କରାଯାଉଛି । ତେବେ ଏହି ସବୁ ଜିଲ୍ଲାମାନଙ୍କରେ କିଭଳି ବିତରଣ ଓ ସଂଚାରଣ ପ୍ରଭାବିତ ହେଲେ କମ ସମୟ ମଧ୍ୟରେ ଏହାର ପୁନଃଉଦ୍ଧାର କରାଯିବ ସେ ନେଇ ଶକ୍ତି ବିଭାଗ ଏହି ଉଚ୍ଚସ୍ତରୀୟ ବୈଠକ ଡାକିଥିଲା । ସେହିଭଳି ଯେଉଁ ସବୁ ସ୍ଥାନ ବେଶି ସମ୍ବେଦନଶୀଳ ରହିଛି ସେ ସବୁ ଯାଗା ଉପରେ ତୀକ୍ଷ୍ମ ନଜର ରଖିବାକୁ ଶ୍ରୀ ଶର୍ମା ପରାମର୍ଶ ଦେଇଛନ୍ତି ।