ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଭିତରେ କାଲିଠାରୁ ଗଡିବ ବସ ଓ ଟ୍ରେନ । ବସରେ ଯେତିକି ସିଟ ସେତିକି ଯାତ୍ରୀ । ସମସ୍ତ ମାସ୍କା ପିନ୍ଧିବା ବାଧ୍ୟତାମୂଳକ । କରୋନା ଲକ୍ଷଣ ଥିଲେ ବସରେ ଯିବାକୁ ଅନୁମତି ମିଳିବ ନାହିଁ । ଟ୍ରେନରେ ଯାତ୍ରା କଲା ବେଳେ ଯାତ୍ରୀ ମାନେ ଗୃହ ମନ୍ତ୍ରଣାଳୟ ଓ ଭାରତୀୟ ରେଳବାଇ କରିଥିବା ନିୟମ ମାନି ଆସିବାକୁ ପଡିବ । ଉଭୟ ରାଜ୍ୟର ସହମତି କ୍ରମେ ରାଜ୍ୟ ରାଜ୍ୟ ଭିତରେ ବସ ଚଳାଚଳ କରାଯିବ ।
ଏନେଇ ଏସଆରସି ପ୍ରଦୀପ ଜୋନା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହା ସହ ସେ କହିଛନ୍ତି ଯେ, ରାଜ୍ୟରେ କାର,ଟ୍ୟାକ୍ସି ଓ ଅଟୋ ଚଳାଚଳ କରିପାରିବ । ଡ୍ରାଇଭରକୁ ଛାଡି ଦେଲେ କାର,ଅଟୋ ଓ ଟ୍ୟାକ୍ସିରେ ୨ ଜଣ ଯାତ୍ରୀ ଯାଇ ପାରିବେ । ବିମାନ ବନ୍ଦର , ରେଳ ଷ୍ଟେସନ , ବସ ଷ୍ଟାଣ୍ଡରୁ ଯାତ୍ରୀ ମାନଙ୍କୁ ନେଇ ଆସୁଥିବା ଗାଡି ଗୁଡିକ ୨୪ ଘଣ୍ଟିଆ ଚଳାଚଳ କରିପାରିବେ । ସେମାନଙ୍କ ଉପରେ କୌଣସି କଟକଣା ନାହିଁ ।
ସେହିପରି ରାଜ୍ୟ ସରକାର କ୍ୱାରାଣ୍ଟାଇନ ସେଣ୍ଟରର ନିୟମକୁ ପରିବର୍ତ୍ତନ କରିଛନ୍ତି । ୨୧ ଦିନ ବଦଳରେ ୧୪ ଦିନ କ୍ୱାରାଣ୍ଟାଇନରେ ରହିବେ ବାହାର ରାଜ୍ୟରୁ ଫେରୁଥିବା ଲୋକ । ସେହିପରି ସହରାଞ୍ଚାଳରୁ ଫେରୁଥିବା ପ୍ରବାସୀ ମାନଙ୍କ ପାଇଁ ହୋମ୍ କ୍ୱାରାଣ୍ଟାଇନରେ ରହିବେ । ସେହିପରି ଯଦି କୌଣସି ବ୍ୟକ୍ତି ବାହାର ରାଜ୍ୟରୁ କୌଣସି କାମରେ ଆସି ୩ ଦିନ ଭିତରେ ଫେରିଯିବେ ତେବେ ତାଙ୍କୁ କ୍ୱାରାଣ୍ଟାଇନରେ ରହିବେ ନାହିଁ । ସେହିଭଳି ଯଦି କୌଣସି ବ୍ୟକ୍ତି ବାହାର ରାଜ୍ୟକୁ ଯାଇ ୩ ଦିନ ଭିତରେ ଫେରିବେ ତେବେ ସେ କ୍ୱାରାଣ୍ଟାଇନରେ ରହିବେ ନାହିଁ । ଏହା ସହ ଓଡିଶାରେ ଗୋଷ୍ଠି ସଂକ୍ରମଣ ହୋଇ ନାହିଁ ବୋଲି ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।