ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ବିଧାନସଭାରେ ବଜେଟ ଅଧିବେସନ ଆରମ୍ଭ ହେଉଥିବା ବେଳେ ବିରୋଧୀ ଦଳ ନେତା ଭାବେ ପଦୀପ୍ତ ନାଏକ ନିର୍ବାଚିତ ହୋଇଛନ୍ତି । ଏନେଇ ବିଜେପି ପକ୍ଷରୁ ଘୋଷଣା କରାଯାଇଛି । ସୂଚନାଯୋଗ୍ୟ କିଏ ବିଧାନସଭାରେ ବିରୋଧୀ ଦଳ ନେତା ହେବେ ତାକୁ ନେଇ ବିଜେପି କାର୍ଯ୍ୟାଳୟରେ ବୈଠକ ଚାଲିଥିଲା । ପୂର୍ବରୁ ପ୍ରଦୀପ୍ତଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଥିଲା । ଚଳିତ ଥର ନିର୍ବାଚନରେ କଂଗ୍ରେସକୁ ପଛରେ ପକାଇ ବିଧାନସଭା କ୍ଷେତ୍ରରେ ଦ୍ୱିତୀୟ ସ୍ଥାନରେ ରହିଛି ବିଜେପି ।
ବିଜେପିକୁ ଏଥର ବିଧାନସଭାରେ ୨୩ ଟି ଆସନ ମିଳିଥିବା ବେଳେ କଂଗ୍ରେସକୁ ୯ ଟି ବିଧାନସଭା ଆସନ ମିଳିଥିଲା । ତେଣୁ ଏଥର ବିଜେପି ବିଧାନସଭାରେ ମୁଖ୍ୟ ବିରୋଧୀ ଦଳ ଆସନ ପାଇଛି । ପ୍ରଦୀପ୍ତ ବିରୋଧୀ ଦଳ ନେତା ହେବା ସହିତ ବିଜେପିର ବିଧାୟକ ଦଳର ତେଦା ହୋଇଛନ୍ତି । ସେହିଭଳି ପୂର୍ବରୁ ବିରୋଧୀ ଦଳ ନେତା ଥିବା ନରସଂହମିଶ୍ର ଏଥର କଂଗ୍ରେସର ବିଧାୟକ ଦଳର ନେତା ରହିଛନ୍ତି ।
ସୂଚନାଯୋଗ୍ୟ କଂଗ୍ରେସର ବିଧାୟକ ଦଳର ନେତା ନରସିଂହ ମିଶ୍ର ରହିବେ ବୋଲି ପୂର୍ବରୁ ଜଣା ପଡିଥିବା ବେଳେ ବିଜେପି କାହାକୁ ନେତା ଭାବେ ଚୟନ କରିବ ତାକୁ ନେଇ ସନ୍ଦେହ ଦେଖା ଦେଇଥିଲା । ସବୁଠୁ ବଡ କଥା ହେଲା କେନ୍ଦ୍ରରେ ବିଜେଡି ଓ ବିଜେପି ମଧ୍ୟର ଭଲ ସମ୍ପର୍କ ରହିଥିବାରୁ ବିରୋଧୀ ଭାବେ ବିଜେପି ବିଧାନସଭାରେ ବିଜେଡିକୁ କେଉଁଭଳି ଘେରିବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି ।