କଟକ (ଏଟିଆର ବ୍ୟୁରୋ); ରେଳ ଧାରଣା ନିକଟରେ ଥିବା ଏକ ପୋଲ ତଳୁ ଉଦ୍ଧାର ହୋଇଛି ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ । ଟ୍ରେନରେ କଟି ଖଣ୍ଡ ବିଖଣ୍ଡିତ ହୋଇ ଯାଇଛି ଯୁବକଙ୍କ ମୃତ ଦେହ । ତେବେ ଏହା ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ । କଟକ କୁଆଖାଇ ରେଳ ଧାରଣା ନିକଟରୁ ଉଦ୍ଧାର ହୋଇଛି ମୃତ ଦେହ । ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
ପୋଲିସ ରିପୋର୍ଟ ମୁତାବକ,ସୋମବାର ସକାଳେ କୁଆଖାଇ ରେଳ ଧାରଣା ନିକଟରେ ଥିବା ଏକ ପୋଲ ତଳେ ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ପଡିଥିବା ଦେଖିଥିଲେ ସ୍ଥାନୀୟ ଲୋକ । ପ୍ରଥମେ ସେମାନେ ଭୟ କରି ଯାଇଥିଲେ । ଏହାପରେ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି ।
ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ପ୍ରକାର ଚର୍ଚ୍ଚା ଆରମ୍ଭ ହୋଇଛି । ଲୋକ କହୁଛନ୍ତି କି ଯୁବକଙ୍କୁ କେହି ଦୁର୍ବୃତ୍ତ ମାରିବା ପରେ ରେଳ ଧାରଣାରେ ଫୋପାଡି ଚାଲି ଯାଇଛି । ହତ୍ୟା କରି ଆତ୍ମହତ୍ୟାର ରୂପ ଦେବା ପାଇଁ କେହି ଏପରି କରିଥାଏ ବୋଲି ମଧ୍ୟ ଟୁପୁରୁ ଟାପୁରୁ ହେଉଛନ୍ତି ।