ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆଜି ନବୀନ ନିବାସରେ ଦୁଇଟି ବୈଠକ ଅନୁଷ୍ଠିତ ହେବ । ବିଧାନସଭା ପ୍ରଥମ ପର୍ଯ୍ୟାୟ ଅଧିବେଶନ ଶେଷ ହେବା ପରେ ଆଜି ବିଧାୟକଙ୍କ ବୈଠକ ଡାକିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନୂଆ ବିଧାୟକଙ୍କୁ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ର ଦେବେ ନବୀନ । ଆଗାମି ଦିନରେ ଦଳର ସଂଗଠନ କିପରି ଆହୁରି ସୁଦୃଢ଼ ହେବ ସେନେଇ ମଧ୍ୟ ଆଲୋଚନା ହୋଇପାରେ । ଏହାସହ ଦଳର ବିଭିନ୍ନ ସଙ୍ଗଠନ ଯେମିତିକି ଯୁବ, ଛାତ୍ର ଓ ମହିଳା ବିଜେଡିର ନେତୃତ୍ବ ପରିବର୍ତ୍ତନ କରାଯିବାର ସମ୍ଭାବନା ରହିଛି । କିଛି ବିଧାୟକଙ୍କୁ ନୂଆ ଦାୟିତ୍ବ ଦେଇପାରନ୍ତି ନବୀନ ।
ପୁରୁଣା ବିଧାୟକମାନଙ୍କୁ ସାଢ଼େ ୧୦ଟାରେ ଡକାଯାଇଛି। ସେମାନଙ୍କୁ ମଧ୍ୟ ସଂଗଠନ କାର୍ଯ୍ୟ, ପୌର ନିର୍ବାଚନ ଓ ସମବାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ନବୀନ ନିର୍ଦ୍ଦେଶ ଦେବେ ବୋଲି ଜଣାପଡ଼ିଛି।ଏହାପରେ ପାଟକୁରା ବିଧାନସଭା ନିର୍ବାଚନ ଦାୟିତ୍ୱରେ ରହିଥିବା ବିଧାୟକ ଓ ମନ୍ତ୍ରୀମାନଙ୍କୁ ନବୀନ ଭେଟିବେ। ପାଟକୁରା ନିର୍ବାଚନ ତାରିଖ ଯେକୌଣସି ମୁହୂର୍ତ୍ତରେ ଘୋଷଣା ହେବାର ସମ୍ଭାବନା ଥିବାରୁ ନବୀନ ଦଳୀୟ ବିଧାୟକ ଓ ମନ୍ତ୍ରୀମାନଙ୍କୁ ନିର୍ବାଚନ ପ୍ରଚାର କାର୍ଯ୍ୟ ଜୋରଦାର କରିବାକୁ ନିର୍ଦ୍ଦେଶ ଦେବେ ବୋଲି ସୂଚନା ମିଳିଛି।