ଜଗତସିଂହପୁର (ଏଟିଅଆର ବ୍ୟୁରୋ): ସପ୍ତାହେ ହେଲା ପ୍ରଶାନ୍ତ ମୁଦୁଲି ଓ ଅମରେନ୍ଦ୍ର ଦାସଙ୍କ ମଧ୍ୟରେ ଜଗତସିଂହପୁର ବିଜେଡି ଟିକେଟକୁ ନେଇ ଚାଲିଥିବା ବିବାଦରେ ପୂର୍ଣ୍ଣଛେଦ ପଡିଛି । ଜଗତସିଂହପୁର ବିଧାନସଭା ଆସନ ପାଇଁ ଟିକେଟ ଘୋଷଣା ହେବା ପରଠାରୁ ଉଭୟ ଗୋଷ୍ଠୀ ମଧ୍ୟରେ ଚାଲିଥିଲା ତୁତୁ ମେମେ । ଅମରେନ୍ଦ୍ର ଗୋଷ୍ଠୀ ପ୍ରଶାନ୍ତ ମୁଦୂୁଲିଙ୍କୁ ଜଗତସିଂହପୁରରେ ପୁରାଇ ଦେବେ ନାହିଁ ବୋଲି ଲଗାଇଥିଲେ ନାରା । ଏମିତି କି ଅମରେନ୍ଦ୍ର ଗୋଷ୍ଠୀ ପ୍ରଶାନ୍ତଙ୍କୁ କାଟି ଅମରେନ୍ଦ୍ରଙ୍କୁ ଟିକେଟ ଦବା ପାଇଁ ନବୀନ ନିବାସ ଆଗରେ କଲେ ବିକ୍ଷୋବ । ନାଉଗାଁ ମୁଣ୍ଡାଳ ଛକରେ ମାଡପିଟ ଯାଏଁ କଥା ଗଲା । ଜଗତସିଂହପୁରରେ ବିଜେଡିର ଗୋଷ୍ଠୀ କନ୍ଦଳ ପଦାରେ ପଡିଲା । ନବୀନ ଯଦି ଟିକେଟ ନଦେଲେ ଅମରେନ୍ଦ୍ର ସ୍ୱାଧୀନରେ ଲଢିବେ ବୋଲି କଥା ଉଠିଲା ।
ନାମାଙ୍କନ ଶେଷ ତାରିଖ ମାତ୍ର ଆଉ ଗୋଟିଏ ଦିନ ଥିବା ବେଳେ ରାତା ରାତି କିନ୍ତୁ ସବୁ କିଛି ବଦଳିଗଲା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅମରେନ୍ଦ୍ରଙ୍କୁ ବିଜେଡି ଜିଲ୍ଲା ସଭାପତି କରି ପ୍ରଶାନ୍ତଙ୍କ ରାସ୍ତା କ୍ଲିୟର କରିଦେଲେ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁସାରେ ଆସନ୍ତା କାଲି ପ୍ରଶାନ୍ତ ମୁଦୁଲି ନାମାଙ୍କନ ଭରିବେ । ସୁତ୍ର ଅନୁସାରେ କିନ୍ତୁ ଅମରେନ୍ଦ୍ରଙ୍କ କର୍ମୀ ମାନେ ସନ୍ଦେହରେ ଅଛନ୍ତି ଗତ କାଲି ଯାହା ସହ ମାଡ ପିଟ ହୋଇଥିଲା ଆସନ୍ତା କାଲି କେମିତି ତା ପାଇଁ ପ୍ରଚାର କରିବେ ତାହା ହେଇ ଯାଇଛି ସେମାନଙ୍କ ପାଇଁ ପ୍ରଶ୍ନ ।
ଏଠି ସାଧାରଣରେ ପ୍ରଶ୍ନ ଉଠୁଛି ଯେ ଅମରେନ୍ଦ୍ର ଜିଲ୍ଲା ସଭାପତି ହେବା ପରେ ଦଳୀୟ ସ୍ୱାର୍ଥକୂୁ ନେଇ ପ୍ରଶାନ୍ତଙ୍କ ପାଇଁ ପ୍ରଚାର କରିବେ ନାଁ ନିଜ ସ୍ୱାଭିମାନ ଓ ଅଭିଳାଷ ପାଇଁ ି ନିରବ ରହିବେ! ଯେହେତୁ ଅମରେନ୍ଦ୍ର ଦଶ ବର୍ଷ ହେଲା ଜଗତସିଂହପୁରରେ କାମ କରୁଛନ୍ତି ତାଙ୍କ ବିନା ସହଯୋଗରେ ପ୍ରଶାନ୍ତଙ୍କୁ ନିର୍ବାଚନ ଲଢିବା ଏତେ ସହଜ ହେବ ନାହିଁ । ସୂଚନାଯୋଗ୍ୟ ଯେ ବିଜେଡିର ଜଗତସିଂହପୁର ବିଧାନସଭା ଆସନ ପାଇଁ ଅମରେନ୍ଦ୍ରଙ୍କ ସବୁଠୁ ଆଗରେ ଥିଲା । ଏମିତିକି ପୂର୍ବତନ ଜିଲ୍ଲା ସଭାପତି ବିଷ୍ଣୁ ଦାସ ତାଙ୍କ ନାମ ସୁପାରିଶ କରିଥିଲେ ବୋଲି ଗଣମାଧ୍ୟମରେ କହିଥିଲେ । ଶେଷ ମୁହୁର୍ତ୍ତରେ କିନ୍ତୁ ଦଳ ପ୍ରଶାନ୍ତଙ୍କୁ ବାଲିକୁଦା ଏରସମାରୁ ଆଣି ସେଠାରେ ପ୍ରାର୍ଥୀ କଲା ଯାହାକୁ ନେଇ ଆରମ୍ବ ହୋଇଥିଲା ବିବାଦ ।