ବରଗଡ(ଏଟିଆର ବ୍ୟୁରୋ): ବରଗଡ ଜିଲ୍ଲାରେ ଦ୍ୱିତୀୟ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣଙ୍କ ବରପାଲି ବ୍ଲକର ବୋଲି ଜଣାପଡିଛି । ନିକଟରେ ସେ ମୁମ୍ବାଇରୁ ଫେରିଥିଲେ । ଏନେଇ ବରଗଡ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହାକୁ ମିଶାଇ ବରଗଡ ଜିଲ୍ଲାରେ ୨ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।
ସୂଚନାଯୋଗ୍ୟ ରାଜ୍ୟରେ ମୋଟ ୧୫୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୭୫ଟି ଆକ୍ଟିଭ କେସ ରହିଛି । ସେହିପରି ରାଜ୍ୟରେ କରୋନା ଆକ୍ରାନ୍ତ ହୋଇ ୭ ଜଣଙ୍କର ମୃତ୍ୟୁ ହୋଇଛି ।