ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟ ପଞ୍ଚାୟତିରାଜ, ଗୃହ ଓ ନଗର ଉନ୍ନୟନ, ଆଇନ ମନ୍ତ୍ରୀ ପ୍ରତାପ ଜେନା ସର୍ବଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର ପାଇଛନ୍ତି। ଚଳିତବର୍ଷ ପାଇଁ ଫେମ୍ ଇଣ୍ଡିଆ ପକ୍ଷରୁ ଏହି ସର୍ବଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର ପ୍ରତାପ ଜେନାଙ୍କୁ ଦିଆଯାଇଛି । ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ ମନ୍ତ୍ରୀ ଶ୍ରୀ ଜେନାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଫେମ୍ ଇଣ୍ଡିଆ ପକ୍ଷରୁ ଦେଶର ମନ୍ତ୍ରୀମାନଙ୍କ ଦକ୍ଷତାକୁ ଆକଳନ କରାଯାଇ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ।
ସରକାରଙ୍କ ଦ୍ୱାରା ଲୋକମାନଙ୍କ ହିତ ପାଇଁ ହୋଇଥିବା ସମସ୍ତ ଯୋଜନା ଠିକ ଭାବରେ କାର୍ଯ୍ୟକାରୀ କରିବା ଏବଂ ଏନେଇ ଉଚିତ ତଦାରଖ କରିବା ଆଦି ବିଭିନ୍ନ ଦିଗକୁ ଆକଳନ କରି ଫେମ୍ ଇଣ୍ଡିଆ ପକ୍ଷରୁ ଏହି ସର୍ବଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର ଶ୍ରୀ ଜେନାଙ୍କୁ ପ୍ରଦାନ କରାଯାଇଛି ।