ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଫେବୃଆରୀ ଦ୍ୱିତୀୟ ସପ୍ତାହରେ ୨୦୨୦- ୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ବିଧାନସଭାରେ ଉପସ୍ଥାପିତ ହେବାକୁ ଯାଉଛି । ଆଜି ଏନେଇ ଭୁବନେଶ୍ୱର ଅତିଥି ଭବନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଚଳିତ ବର୍ଷର ଆର୍ଥକ ରୂପରେଖ ନେଇ ଅର୍ଥନୀତିଜ୍ଞ ଓ ଶିଳ୍ପ ପ୍ରତିନିଧିଙ୍କ ସହ ଆଲୋଚନା ହୋଇଛି ।
ଏହାଛଡା ଜନସାଧାରଣ ଓ ଅର୍ଥ ବିଶାରଦଙ୍କ ମତାମତ ଆଧାରରେ ବଜେଟ ପ୍ରସ୍ତୁତି ହେବା ନେଇ ଆଲୋଚନା ହୋଇଛି । ତେବେ ଏହି ପ୍ରାକ ବଜେଟ ପ୍ରସ୍ତୁତି ବୈଠକ ପରେ ଅର୍ଥମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି, ପୂର୍ବତନ ଅର୍ଥମନ୍ତ୍ରୀ, ସିଏସ ଓ ଅର୍ଥ ବିଶାରଦଙ୍କ ମତ ନିଆଯିବ । ଏହାଛଡା ସାଧାରଣ ଲୋକଙ୍କ ପାଖାପାଖି ୧୫୦୦ ମତାମତ ଆସିଛି । ସମସ୍ତ ମତାମତ ଆଧାରରେ ବଜେଟ ପ୍ରସ୍ତୁତ ହେବ । ଏହି ବୈଠକରେ ଅର୍ଥ ସଚିବ, ପୂର୍ବତନ ଅର୍ଥମନ୍ତ୍ରୀ ଓ ଅର୍ଥବିଶେଷଜ୍ଞ ଉପସ୍ଥିତ ଥିଲେ ।