ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଉଛି ଏକ ଘୃର୍ଣ୍ଣିବଳୟ । ଏହାର ପ୍ରଭାବରେ ଲଘୁଚାପ ହେବାର ସମ୍ଭାବନର ରହିଛି ।ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଯଥା ଝାରସୁଗୁଡ଼ା , ଦେବଗଡ଼, ସମ୍ବଲପୁର , ବରଗଡ଼, ଢେଙ୍କାନାଳ , ଅନୁଗୁଳ , ବାଲେଶ୍ୱର , କଳାହାଣ୍ଡି ଆଦି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ଅନୁମାନ କରାଯାଉଛି ।
ପାଣି ପାଗ ବିଭାଗ ପକ୍ଷରୁ କଟକ, କନ୍ଧମାଳ , କଳାହାଣ୍ଡି, ରାୟଗଡ଼ା, କୋରାପୁଟ , ଗଞ୍ଚାମ ଏବଂ ଯାଜପୁର ଜିଲ୍ଲା ଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରିକରାଯାଇଛି । ଏହି ଜିଲ୍ଲା ଗୁଡ଼ିକରେ ୨୪ ଘଣ୍ଟା ରେ ଘନ କୁହୁଡ଼ି ଦେଖାଦେଇପାରେ । ରାଜ୍ୟରେ ବର୍ଷା କମିବା ସହ ଶୀତ ର ପ୍ରଭାବ ବଢିବ । ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ବିଶେଷ କରି କୁହୁଡ଼ି ଦେଖାଦେବ । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପାଗ କୋହଲା ରହିବା ସହ ଶୀତ ଅନୁଭୂତ ହେବ । ଏବଂ ପାହାଡ଼ିଆ ଅଞ୍ଚଳରେ କୁହୁଡ଼ିର ପ୍ରଭାବ ଦିନ ୧୦ ଟା ପର୍ଯ୍ୟନ୍ତ ଦେଖାଦେବ ।