ନବରଙ୍ଗପୁର ( ଏଟିଆର ବ୍ୟୁରୋ) : ପୁଣିଥରେ ଦେଖିବାକୁ ମିଳିଲା ନବରଙ୍ଗପୁରରେ ଓଡିଶା ବିକାଶର ନଗ୍ନ ଛବି । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଡାକରିକୋଟ ଗାଁରେ ଜନନୀ ଯନ୍ତ୍ରଣା। ଗାଁର ପଦୁ ମାଝୀଙ୍କ ସ୍ତ୍ରୀ ସେବତୀ ମାଝୀଙ୍କର ପ୍ରସବ ବେଦନା ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । କିନ୍ତୁ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିନପାରିନଥିଲା । ତେବେ ଗର୍ଭବତୀ ମହିଳା ସେବତୀ ମାଝୀଙ୍କୁ ଷ୍ଟ୍ରେଚରରେ ବୋହି ମେଡ଼ିକାଲ୍ ନେଲେ ସମ୍ପର୍କୀୟ। ପ୍ରାୟ ୬ କିଲୋମିଟର ଧରି କାଦୁଆ ରାସ୍ତା ଉପରେ ବିପଦଜନକ ଭାବେ ଗର୍ଭବତୀଙ୍କୁ ବୋହି ବୋହି ମେଡ଼ିକାଲ ଯାଇଥିଲେ ପରିବାର ଲୋକେ।
ଏହା ପରେ ଅଟୋରେ ପରିବାର ଲୋକେ ଡାକ୍ତରଖାନା ନେବା ବେଳେ ଅଧା ବାଟ ତଥା ବର୍କିଭଟ୍ଟା ଛକ ନିକଟରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ ସେବତୀ । ତେବେ ବର୍ତ୍ତମାନ ମା ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗାଁକୁ ରାସ୍ତା ନଥିବା କାରଣରୁ ଭାରରେ ଗର୍ଭବତୀଙ୍କୁ ବୁହା ହୋଇ ନିଆଯାଇଛି । ରାସ୍ତା ନଥିବା କାରଣରୁ ତାଙ୍କୁ ୬ କିଲୋମିଟର ଭାରରେ ବୁହା ହୋଇଛନ୍ତି ନବରଙ୍ଗପୁରର ସେବତୀ ମାଝୀ ।
ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିକାଶର ଡେଙ୍ଗୁରା ପିଟୁଥିବା ବେଳେ ବିକାଶର ଏଭଳି ନଗ୍ନ ଦୃଶ୍ୟ ସାଧାରଣରେ ବଡ ପ୍ରଶ୍ନ ।