ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୋଲିସ୍ ଡିଜି ଆର୍.ପି ଶର୍ମା ହେବେ ଲୋକାୟୁକ୍ତ ସଦସ୍ୟ । ନୂଆ ଲୋକାୟୁକ୍ତ ସଦସ୍ୟ ଭାବେ ନିଯୁକ୍ତି ପାଇଲେ ପୁଲିସ ଡିଜି ଆର. ପି. ଶର୍ମା । କିଛି ଦିନ ପୂର୍ବରୁ ଚୟନ କମିଟି ଡାକ୍ତର ଶର୍ମାଙ୍କ ନାଁ ଏହି ପଦବୀ ପାଇଁ ରାଜ୍ୟପାଳଙ୍କ ନିକଟକୁ ସୁପାରିସ କରିଥିଲେ। ତେବେ ଚୟନ କମିଟିର ସୁପାରିଶ୍ କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କ ନାମକୁ ଅନୁମୋଦନ କରିଥିବା ସୂଚନା ମଳିଛି ।
ତେବେ ଡିଜିପି ଆର୍.ପି ଶର୍ମା ଲୋକାୟୁକ୍ତ ସଦସ୍ୟ ହେଉଥିବାରୁ ତାଙ୍କ ସ୍ଥାନରେ ନୂଆ ଡିଜିପି ଖୁବ୍ ଶିଘ୍ର ନିଯୁକ୍ତି କରାଯିବ । ଏହି ନିଯୁକ୍ତି ପରେ କିଏ ହେବ ରାଜ୍ୟ ପୁଲିସ ବିଭାଗର ନୂଆ ମୁଖିଆ, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ଆଜି ଆର୍.ପି ଶର୍ମା ଡିଜିପି ପଦରୁ ଇସ୍ତଫା ଦେଇପାରନ୍ତି ।
ଆର.ପି. ଶର୍ମା ସ୍ୱେଚ୍ଛାକୃତ ଡିଜିପି ପଦରୁ ଅବସର ନେବାପାଇଁ ଆବେଦନ କରିଥିଲେ । ତାଙ୍କର ଏହି ଆବେଦନ ବିଚାରାଧୀନ ରହିଥିଲା ।