ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆସନ୍ତା ୧୮ ତାରିଖ ଦିନ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିବେ ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ । ନଭେମ୍ବର ୧୭ ତାରିଖରେ ବର୍ତ୍ତମାନର ମୁଖ୍ୟ ବିଚାରପତି ଜଷ୍ଟିସ ଗୋଗୋଇଙ୍କ କାର୍ଯ୍ୟକାଳ ଶେଷ ହେବ । ଏଥିପାଇଁ ଜଷ୍ଟିସ ଗୋଗୋଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବେ ଜଷ୍ଟିସ ବୋବଡେଙ୍କ ନାମ ସୁପାରିସ କରିଥିଲେ । ଆଜି ରାଷ୍ଟ୍ରପତି ଜଷ୍ଟିସ ବୋବଡେଙ୍କ ନାମରେ ମେହୋର ମାରିଛନ୍ତି ।
ଜଷ୍ଟିସ ବୋବଡେ ଦୀର୍ଘ ୮ ବର୍ଷ ହେଲା ବିଚାରପତି ଭାବେ କାର୍ଯ୍ୟ କରୁଥିଲେ । ଦେଶର ୪୭ତମ ସିଜେଆଇ ଭାବେ ଶପଥ ଗ୍ରହଣ କରିବେ ଜଷ୍ଟିସ ବୋବଡେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଜଷ୍ଟିସ ବୋବଡେ ଏହି ପଦରେ ୨୦୨୧ ଏପ୍ରିଲ ୨୩ ତାରିଖ ପର୍ଯ୍ୟନ୍ତ ରହିବେ । ଜଷ୍ଟିସ ବୋବଡଙ୍କ ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବାର ସୂଚନା ମିଳିଛି ।