ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଦୁଇଦିନ ଲାଗି ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆସନ୍ତା ୧୭ ତାରିଖରେ ପହଞ୍ଚିବା ପରେ କଟକ, ଭୁବନେଶ୍ୱର ଏବଂ ପୁରୀର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ଶ୍ରୀ କୋବିନ୍ଦ । ଯାହକୁ ନଜରରେ ରଖି ତୟାର ହୋଇଛି ପୁଲିସ । ସୁରକ୍ଷା ପ୍ରତି ଅଧିକ ଗୁରୁତ୍ୱ ଦେଇଛି ।
ଭୁବନେଶ୍ୱର, କଟକ ଓ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି । ରାଷ୍ଟ୍ରପତିଙ୍କ ରୁଟ୍ ଲାଇନ ଓ ସଭାସ୍ଥଳୀରେ ଯେପରି କୌଣସି ସମସ୍ୟା ନରହେ ଖାସ ସେଥିପାଇଁ ୧୮୦ରୁ ଅଧିକ ପ୍ଲାଟୁନ ଫୋର୍ସ ମୁତୟନ କରାଯିବାକୁୁ ଯୋଜନା ହୋଇଛି । ଏଥିପାଇଁ ଶୁକବ୍ରାର ସନ୍ଧ୍ୟାରେ ପୁଲିସ ପକ୍ଷରୁ ଏକ ମକଡ୍ରିଲ କରାଯାଇଥିଲା । ବ୍ଲ୍ୟୁ-ବୁକ ଅନୁଯାୟୀ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜଣାପଡିଛି ।
ରିପୋର୍ଟ ଅନୁସାରେ, ୧୭ରେ ଭୁବନେଶ୍ୱରରେ ପହଞ୍ଚିବା ପରେ କଟକ ତୁଳଶୀପୁରରେ ଥିବା ଆନନ୍ଦଭବନ ମ୍ୟୁଜିୟମ ଆଣ୍ଡ ଲର୍ନିଙ୍ଗ ସେଣ୍ଟରକୁ ରାଷ୍ଟ୍ରପତି ଉଦଘାଟନ କରିବେ । ପରେ କଟକ ଲ’ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ୧୮ରେ ରାଷ୍ଟ୍ରପତି ପୂରୀ ଶ୍ରୀମନ୍ଦିର ଦର୍ଶନ ସାରି ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ ଶିକ୍ଷା ଅନୁଷ୍ଠାନ ଉଦଘାଟନ କରିବେ ବୋଲି ସୂଚନା ମିଳିଛି ।