ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଆଜିର ସମ୍ବାଦିକ ସମ୍ମିଳନୀରେ ସୁବ୍ରତ ବାଗଚୀ କହିଛନ୍ତି ଯେ, ବର୍ତ୍ତମାନର ସ୍ଥିତରେ ସବୁଠାରୁ ବଡ ଚିନ୍ତା ହେଉଛି ବାହାର ରାଜ୍ୟରେ ଫସି ରହିଥିବା ଓଡିଆ ଲୋକ । ସେମାନଙ୍କ ପାଇଁ ରାଜ୍ୟ ସରକାର ୧୨ ଜଣ ଅଧିକାରୀଙ୍କୁ ନିଯୁକ୍ତି ଦେଇଛନ୍ତି । ଏହା ସହ ହେଲପ ଲାଇନ ନମ୍ବର ଜାରି କରାଯାଇଛି । ସେହି ହେଲପ ଲାଇନରେ ୪ ହଜାରରୁ ଅଧିକ କଲ ଆସିଛି । ତେବେ ଏହି କଲ ଗୁଡିକ ଗୁଜୁରାଟ, ତେଲେଙ୍ଗାନା, ବିହାର, ଝାଡଖଣ୍ଡ ଭଳି ପଡୋଶୀ ରାଜ୍ୟରୁ ଆସିଛି । ଅନ୍ୟ ରାଜ୍ୟରୁ ଆମ ରାଜ୍ୟରେ ୨୦ ହଜାର ଲୋକଙ୍କ ପାଇଁ ଖାଦ୍ୟ ଓ ରହରି ବ୍ୟବସ୍ଥା କରାଯାଇଛି । ସେହିଭଳି ୨୨୬୧ଟି ଗ୍ରାମ ପଞ୍ଚାୟତରେ ଗ୍ରାମବାସୀ ମାନେ ରନ୍ଧା ଖାଦ୍ୟ ପାଇ ପରିଛନ୍ତି ।
ତେବେ ପୌରାଞ୍ଚଳରେ ୮୦ ଟି କ୍ୟାମ୍ପରେ ୧୯ ହାଜରରୁ ଅଧିକ ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯାଇଛି ବୋଲି ସୁବ୍ରତ ବାଗଚି କହିଛନ୍ତି । ସେହିଭଳି ରାଜ୍ୟର ୯୦ ପ୍ରତିଶତ ବ୍ୟକ୍ତି କରୋନା ଗାଇଡ ଲାଇନ ମାନୁଛନ୍ତି । ବାକି ୧୦ ପ୍ରତିଶତ ଗାଇଡ ଳାଇନ ମାନୁ ନାହାନ୍ତି । ସେମାନଙ୍କ ପାଇଁ ୯୦ ପ୍ରତିଶତ ଲୋକ ଅସୁବିଧାରେ ସମ୍ମୁଖିନ ହୋଇ ପାରନ୍ତି । ଯେଉଁ ମାନେ ଗାଇଡ ଲାଇନ ମାନୁ ନାହାନ୍ତି ସେମାନଙ୍କ ଉପରେ କର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।ତେବେ ସାରା ବିଶ୍ୱରେ ୭୨୪୭୬୯ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩୪୦୨୦ ପହଞ୍ଚିଛି । ଭାରତରେ ୧୦୭୧ ଜଣ ବ୍ୟକ୍ତି କରୋନା ଭାଇରସରେ ଆକ୍ରାନ୍ତ ଥିବାବେଳେ ମୃତ୍ୟୁ ସଂଖ୍ୟା ୨୯ରେ ପହଞ୍ଚିଛି ।
ତେବେ ଭାରତ ହୋଉଛି ୪୧ ତମ ସଂକ୍ରମିତ ଦେଶ ବୋଲି ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି । ସେହିଭଳି ରାଜ୍ୟରୁ ୩୭୦ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି ସେଥିମଧ୍ୟରୁ ୩ ଟି ପଜେଟିଭ ଆସିଛି । ସମସ୍ତ ପଜେଟିଭଙ୍କ ଅବସ୍ଥା ସ୍ଥିର ରହିଛି । ଲୋକ ମାନଙ୍କୁ ସଚେତନତା କରାଇବାକୁ ଯାଇ ଶ୍ରୀ ବାଗଚୀ କହିଛନ୍ତି ଜନ ସାଧାରଣ ଜିନିଷ କୁ ବ୍ୟବହାର କରିବା ପରେ ହାତକୁ ସାବୁନୁରେ ଧୁଅନ୍ତୁ । ବଜାରରୁ ଫେରିଲା ପରେ ହାତ ଦୁଅନ୍ତୁ । ଦୁଇ ତିନି ଦିନର ପନିପରିବା ଥରେକରେ କିଣନ୍ତୁ । ଫଳରେ ବାରମ୍ବାର ବାହାରକୁ ବାହାରିବେନ ବୋଲି ସୁବ୍ରତ ବାଗଚୀ କହିଛନ୍ତି ।