ଖୋର୍ଦ୍ଧା(ଏଟିଆର ବ୍ୟୁରୋ): ସ୍ୱତନ୍ତ୍ର ଟ୍ରେନ୍ ଯୋଗେ କ୍ରିଷ୍ଣାଗିରିରୁ ଖୋର୍ଦ୍ଧା ରୋଡ୍ ଷ୍ଟେସନରେ ପହଞ୍ଚିଛନ୍ତି ପ୍ରବାସୀ ଓଡିଆ ମାନେ । ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ରୋଡ୍ ଷ୍ଟେସନରେ ପ୍ରବାସୀ ଓଡିଆଙ୍କୁ ଧରି ପହଞ୍ଚିଛି ସ୍ୱତନ୍ତ୍ର ଟ୍ରେନ୍ । ଏହି ଟ୍ରେନରେ ରାଜ୍ୟର ୬ ଟି ଜିଲ୍ଲାର ୧୪୬୩ ଜଣ ଓଡିଆ ରହିଛନ୍ତି । ସେମାନଙ୍କ ମଧ୍ୟରୁ ପୁରୀର ସର୍ବାଧିକ ୧୧୮୨ ଜଣ ରହିଥିବା ବେଳେ ଗଞ୍ଜାମର ୧୨୯, କଟକର ୫୫, କେନ୍ଦ୍ରାପଡାର ୪୫, ଜଗତସିଂହପୁରର ୩୧, ଏବଂ ଖୋର୍ଦ୍ଧାର ୨୧ ଜଣ ରହିଛନ୍ତି । ଷ୍ଟେସନରେ ପହଞ୍ଚିବା ପରେ ସେମାନଙ୍କର ଥର୍ମାଲ ସ୍କ୍ରିନିଂ , ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା, ପଞ୍ଜୀକରଣ ଓ ହାତରେ ଷ୍ଟାମ୍ପ ଲଗାଯାଇ ନିଜ ନିଜ ଜିଲ୍ଲାକୁ ପଠାଇ ଦିଆଯାଇଛି । ସେହିଭଳୀ କ୍ୱାଏମ୍ବାଟୁରୁ ଆଉ ଏକ ସ୍ୱତନ୍ତ୍ର ଟ୍ରେନ୍ ୩ଶହ ପ୍ରବାସୀ ଓଡିଆ ମାନଙ୍କୁ ନେଇ ଖୋର୍ଦ୍ଧା ରୋଡ୍ ଷ୍ଟେସନରେ ପହଞ୍ଚିଛି ।
ସୂଚନା ଯୋଗ୍ୟ କରୋନା ମହାମାରୀର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ୍ ଡାଉନ୍ ଘୋଷଣା କରାଯାଇଥିଲା । ଫଳରେ ବହୁ ପ୍ରବାସୀ ଓଡିଆ ମାନେ ବହାର ରାଜ୍ୟରେ ଫସି ହୋଇ ରହିଥିଲେ । ପ୍ରବାସୀ ଓଡିଆ ମାନଙ୍କୁ ଆଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବସ ଓ ସ୍ୱତନ୍ତ୍ର ଟ୍ରେନ୍ ର ବ୍ୟବସ୍ଥା କରାଯାଇଛି । ଏହା ସହ ପ୍ରବାସୀ ଓଡିଆ ମାନେ ରାଜ୍ୟକୁ ଫେରିବା ପରେ ୨୧ ଦିନ ପର୍ଯ୍ୟନ୍ତ କ୍ୱାରାଣ୍ଟାଇନ ସେଣ୍ଟରରେ ରହିବାର ବ୍ୟବସ୍ଥା କରାଯାଇଛି ।