ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜାମ୍ମୁ-କାଶ୍ମୀର କୁ ନେଇ ଐତିହାସିକ ନିଷ୍ପତି ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଏକ ବଡ ପ୍ୟାକେଜ ଘୋଷଣା କରିପାରନ୍ତି । କ୍ୟାବିନେଟ୍ ବୈଠକରେ ମୋଦି ଏହି ନିଷ୍ପତି ନେଇ ପାରନ୍ତି । ଦେଶରେ କ୍ରେନ୍ଦ୍ରୀୟ ଆଇନ ଲାଗୁ କରିବା ପାଇଁ ଢାଞ୍ଚାଗତ ବିକାଶ ଯୋଜନା ଏବଂ ଲୋକଙ୍କୁ ସିଧାସଳଖ ଆର୍ଥିକ ଲୋକ ଲାଭ ଦେବା ପାଇଁ ଆଧାର ଯୋଜନା ଲାଗୁ କରାଯିବ ।
ରିପୋର୍ଟ ମୁତାବକ, ଜାମ୍ମୁ-କାଶ୍ମୀରର ବିଶେଷ ପ୍ୟାକେଜ୍ ଉପରେ କେନ୍ଦ୍ର ସରକାର କାମ କରୁଛି, ଯେଉଁଥିରେ କୋଟି କୋଟି ନିବେଶର ଯୋଜନା ରହିଛି । ଗତ ସପ୍ତାହରେ ପ୍ରମୁଖ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ ସହ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଆଲୋଚନା କରିଥିଲେ ।
ସେପଟେ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଆଧାରରେ ପ୍ୟାକେଜର ଆକଳନ ପାଖାପାଖି ପୂରା ହୋଇଗଲାଣି । ରାଜ୍ୟରେ ୩୧ ଅକ୍ଟୋବରରୁ ୧୦୬ କେନ୍ଦ୍ରୀୟ ଆଇନ ପୂରା ପୂରି ଭାବେ ପ୍ରଭାବିତ ହୋଇଯିବ । ଏହି ଅବସରରେ ୩୦ ଅକ୍ଟୋବର ପର୍ଯ୍ୟନ୍ତ ଦେଶରେ କେନ୍ଦ୍ରୀୟ ଏବଂ ରାଜ୍ୟ ଦୁଇଟି ଯାକ ଆଇନ ଲାଗୁ ରହିବ ।
ସାର୍ବଜନିକ ଘୋଷଣା ପୂର୍ବରୁ ଏହି ପ୍ରସ୍ତାବକୁ କେନ୍ଦ୍ରୀୟ କ୍ୟାବିନେଟକୁ ପଠା ଯିବ । ସୂନନାଯୋଗ୍ୟ, କେନ୍ଦ୍ରସରକାର ପକ୍ଷରୁ ଅଗଷ୍ଟ ୫ରେ ଜାମ୍ମୁ-କାଶ୍ମୀରର ସ୍ୱତନ୍ତ୍ର ଧାରା ୩୭୦ ଉଚ୍ଛେଦ କରି ଦିଆଯାଇଥିଲା ।